Pratidin TV

Odisha's Digital News Platform

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ , ବ୍ୟାଟେରୀ ଭର୍ତ୍ତି ଟ୍ରକ ଭିତରୁ ବାହାରିଲା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ

1 min read

ନୁଆ ଉପାୟରେ ହେଉଛି ଗଞ୍ଜେଇ ଚାଲାଣର । ଉପରେ ବ୍ୟାଟରୀ ଆଉ ତଳ ରହିଛି ପୁଳା ପୁଳା ଗଞ୍ଜେଇ । ଉତ୍ତର ପ୍ରଦେଶ ନମ୍ବର ଥିବା ଏକ ଟ୍ରକକୁ ଜବତ କରିଛି ସ୍ପେଶାଲ ଟାସ୍କଫୋର୍ସ । ଟ୍ରକରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ମିଳିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ରସୁଲଗଡ଼ ଛକରେ ଚଢ଼ାଉ କରିଥିଲା STF।

ଟ୍ରକରେ ଏହି ଗଞ୍ଜେଇକୁ ମାଲକାନଗିରିରୁ ବିହାର ଚାଲାଣ କରାଯାଉଥିବା ଜଣାପଡ଼ିଛି । ତେବେ କେତେ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍‌ଯପକ୍ଷରେ ବିହାରର ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । କେବେଠାରୁ ଏଭଳି ଚାଲାଣ ହେଉଥିଲା ଓ ନିଶା ଚାଲାଣର ମାଷ୍ଟରମାଇଣ୍ଡ କିଏ ସେନେଇ ଖୋଳତାଡ଼ ଚଳାଇଛି ସ୍ପେଶାଲ ଟାକ୍ସ ଫୋର୍ସ ।

Advertisement

Leave a Reply

Your email address will not be published. Required fields are marked *