Pratidin TV

Odisha's Digital News Platform

ଶେଷ ହୋଇଯିବ ଘରେ ବସି ମାଗଣାରେ ସେବା…ଅପଡେଟର ଶେଷ ତାରିଖ ମାର୍ଚ୍ଚ ୧୪

1 min read

ଏପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ କରିନାହାନ୍ତି କି ? ସରକାରଙ୍କ ପକ୍ଷରୁ ଆସିଲା ବଡ ଘୋଷଣା | ଆଧାର କାର୍ଡରେ ରହିଛି କି ତ୍ରୁଟି ତେବେ କରିନିଅନ୍ତୁ ବଦଳି | ମାଗଣାରେ ଅପଡେଟ କରିବା ପାଇଁ ଚାହୁଁଛନ୍ତି କି ? ତେବେ ମାର୍ଚ୍ଚ ୧୪ ହେଉଛି ଶେଷ ତାରିଖ | ପୂର୍ବରୁ ସରକାର ମାଗଣା ଅପଡେଟ ସମୟ ସୀମା ବୃଦ୍ଧି କରିଥିଲା | ପୁର୍ବାନୁସାରେ ଡ଼ିସେମ୍ବର ୧୫ କୁ ଘୁଞ୍ଚାଇ ମାର୍ଚ୍ଚ ୧୪ କରିଥିଲା | ତେବେ ଅପଡେଟ ସମୟ ସୀମା ସାରି ସାରି ଆସିଛି | ତେବେ ସେହି ଅନୁଯାୟୀ, ଡକ୍ୟୁମେଣ୍ଟ ଅପଡେଟ ପାଇଁ ସୁବିଦଂ ମୋ ଆଧାର ପୋର୍ଟାଲ ମାଧ୍ୟମରେ ବିନା ମୂଲ୍ୟରେ ଜାରି ରହିବ |

UIDAI ର ୱେବସାଇଟରେ ନାମ, ଠିକଣା ଏବଂ ଅନ୍ୟାନ୍ୟ ପରିବର୍ତ୍ତନ ସହିତ ସବିଶେଷ ତଥ୍ୟ ମାଗଣାରେ ଅପଡେଟ୍ ହୋଇପାରିବ | ସାଧାରଣ ସେବା କେନ୍ଦ୍ର (CSC) ରେ ମଧ୍ୟ ଶାରୀରିକ ଭାବରେ ଏହା କରାଯାଇପାରିବ | ଏହି ସେବା କେବଳ myAadhaar ପୋର୍ଟାଲରେ ମାଗଣାରେ ଉପଲବ୍ଧ କିନ୍ତୁ ଅଫଲାଇନ କେନ୍ଦ୍ରଗୁଡ଼ିକରେ ଏହା ୫0 ଟଙ୍କା ଦେଇ କରାଯାଇପାରିବ |

Advertisement

ଅନଲାଇନ ଆଧାର କାର୍ଡ ଅପଡେଟ:କିପରି କରିବେ ?

୧-ପ୍ରଥମେ ଲଗ୍ ଇନ୍ କରନ୍ତୁ: https://myaadhaar.uidai.gov.in/ ଏବଂ ନିଜ ଆଧାର ନମ୍ବର ବ୍ୟବହାର କରନ୍ତୁ |

୨-ପରେ ଏଥିରେ ଥିବା ‘proceed to update address’ ଉପରେ କ୍ଲିକ୍‌ କରନ୍ତୁ |

୩-ଏହି ସମୟରେ ଆପଣଙ୍କ ମୋବାଇଲକୁ ଆସିଥିବା OTP କୁ ବ୍ୟବହାର କରନ୍ତୁ |

୪-ତା’ପରେ ‘Document Update’ ପାଇଁ ଅପ୍‌ସନ୍‌ ଆସିବ । ସେଠାକୁ ଯାଇ ନିଜର ତ୍ରୁଟି ସଂଶୋଧନ କରନ୍ତୁ ।

୫- ସଂଶୋଧନ କରିବା ପରେ NEXT ଉପରେ କ୍ଲିକ୍‌ କରନ୍ତୁ ।

୬- ଏହାପରେ ପରିଚୟ ପତ୍ର କିମ୍ବା ଠିକଣା ପ୍ରମାଣ ପତ୍ର ଅପ୍‌ଲୋଡ୍‌ କରନ୍ତୁ ।

୭- ଶେଷରେ ସବୁ କାମ ସରିବା ପରେ ‘Submit’ ଉପରେ କ୍ଲିକ୍‌ କରନ୍ତୁ ।

୮-୧୪ ଟିକିଆ ଅପ୍‌ଡେଟ୍‌ ରିକ୍ୱେଷ୍ଟ ନମ୍ବର ଆସିବା ପରେ ନିଶ୍ଚିତ ହୋଇଯିବେ ଯେ ଆବେଦନକୁ ଗ୍ରହଣ କରାଯାଇଛି । ଏବଂ ଖୁବ୍‌ଶୀଘ୍ର ତ୍ରୁଟି ସଂଶୋଧନ ହୋଇଯିବ ।

Leave a Reply

Your email address will not be published. Required fields are marked *