Pratidin TV

Odisha's Digital News Platform

ବିଜୁ ବାବୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ , ଟ୍ୱିଟ୍ କରି ମୁକୁଟ ବିହୀନ ସମ୍ରାଟଙ୍କ ଅବଦାନକୁ କଲେ ସ୍ମରଣ …

1 min read

ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ , ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୮ ତମ ଜନ୍ମ ଜୟନ୍ତୀ । ଆଧୁନିକ ଓଡ଼ିଶା ନିର୍ମାଣର ମୂଳଦୁଆ ରଖି ରାଜ୍ୟ ପ୍ରଗତିକୁ ନୂଆ ଦିଗ ଦେଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଓଡ଼ିଶାକୁ ଶିଳ୍ପ ସମୃଦ୍ଧି ପଥରେ ଅଗ୍ରଣୀ କରିବା ସହ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାରେ ବିଜୁବାବୁଙ୍କ ଅବଦାନ ଚିରସ୍ମରଣୀୟ । ଆଜି ସେହି ମୁକୁଟ ବିହୀନ ସମ୍ରାଟଙ୍କୁ ମନେ ପକାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେ ଟ୍ୱିଟ୍ କରି କଳୀଙ୍ଗବୀରଙ୍କ ବୀରତ୍ୱକୁ ମନେ ପକାଇଛନ୍ତି । ମୋଦୀ ଲେଖିଛନ୍ତି, ବିଜୁ ବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅଦମ୍ୟ ସାହସ ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସୁଛି । ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ଆଦର୍ଶ ହୋଇ ରହିବ । ଆଜି ଏହି ବିଶେଷ ଦିନରେ ସେ ଓଡିଶା ଆସୁଛନ୍ତି । ଏବଂ ଓଡିଶାର ବିକାଶଧାରାକୁ ଆହୁରି ଆଗକୁ ନେବାକୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବାକୁ ସେ ନିଜ ଟ୍ୱିଟ୍ ରେ ସୂଚନା ଦେଇଛନ୍ତି ।

ଏହା ସହ ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ୱିତ କରିବା ସହ ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ଆହ୍ୱାନ ଦେଇ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ କି ପ୍ରଧନମନ୍ତ୍ରୀ ନୁହନ୍ତି ଅନେକ ନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ମଧ୍ୟ ଟ୍ୱିଟରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *