Pratidin TV

Odisha's Digital News Platform

ନିଶାଦେଇ ସ୍ୱାମୀର ଜୀବନ ନେଇଗଲେ ସାଙ୍ଗମାନେ , ଅଭିଯୋଗ ଆଣିଲେ ସ୍ତ୍ରୀ ।

1 min read

ଭୁବନଶ୍ୱର ; ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା । ମୃତ ଯୁବକ ହେଲେ ଖଣ୍ଡଗିରି ଥାନା ଡେଲଟା ଛକ ରମୁଣୀସାହିର ଦୀପକ କୁମାର ସାହୁ (୩୧) । ସେ ନିଜ ସ୍ତ୍ରୀ ଓ ପରିବାର ସହ ରମୁଣୀସାହିରେ ରୁହନ୍ତି । ସ୍ୱାମୀଙ୍କ ମୃତ୍ୟୁପରେ ଥଅନାର ଦ୍ୱାରସ୍ତ ହୋଇଛି ଅସହାୟ ସ୍ତ୍ରୀ । ଆଉ ସ୍ୱାମୀଙ୍କ ବନ୍ଧୁମାନଙ୍କ ନାଁରେ ଆଣିଛି ସାଙ୍ଘାତିକ୍ ଅଭିଯୋଗ ।

ମୃତ ଦୀପକଙ୍କ ଅଭିଯୋଗ ଅନୁଯାୟୀ ସୋମବାର ସକାଳୁ ଦୀପକ ଘରେ ଥିବା ବେଳେ ତାଙ୍କର କିଛି ସହଯୋଗୀ ତାଙ୍କୁ ଘରୁ ଡାକିନେଇଥିଲେ । ପରେ ସେମାନେ ମିସିକି ନିଶା ସେବନ କରିବା ପରେ ଦୀପକଙ୍କୁ ସେମାନେ ଅଚେତ ଅବସ୍ଥାରେ ଦିନ ୧୧ଟା ବେଳେ ଘରେ ଆଣି ଛାଡିଥିଲେ । ଏହାପରେ ଦୀପକଙ୍କ ସ୍ତ୍ରୀ ତାଙ୍କୁ ଅଚେତ୍ ଦେଖି ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଦୀପକ ଙ୍କ ସ୍ତ୍ରୀ ସନ୍ଧ୍ୟାରେ ଖଣ୍ଡଗିରି ଥାନାକୁ ଯାଇ ତାଙ୍କ ସ୍ବାମୀଙ୍କୁ ଘରୁ ଡାକି ନେଇ ନିଶା ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି

Advertisement

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *