Pratidin TV

Odisha's Digital News Platform

ଜେବା ହସନ କିଏ ? ଯିଏ ଶାହାରୁଖ ପାଇଁ ଛାଡିଲେ ଅମ୍ବାନୀ ପ୍ରି-ୱେଡିଂ ପାର୍ଟି

1 min read

ଦେଶର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଓ ରାଧିକା ମର୍ଚାଣ୍ଟଙ୍କର ପ୍ରି-ୱେଡିଂ ସମାରୋହ ଏବେ ହିଁ ସାରିଛି | ଏହା ଏତେ ଭବ୍ୟ ଆୟୋଜିତ ହୋଇଥିଲା ଯେ ଦେଶ ହେଉ କି ବିଦେଶ ସବୁ ସ୍ଥାନରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା | ଏହି ପ୍ରି-ୱେଡିଂ ୧-୩ ମାର୍ଚ୍ଚ ହୋଇଥିବା ବେଳେ ଏହି ସମାରୋହର ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଥିଲା | ଏହି ପ୍ରି-ୱେଡିଂରେ ନାମିଦାମୀ ଲୋକଙ୍କ ସହ ସେଲିବ୍ରିଟି ମଧ୍ୟ ଆସିଥିଲେ ବଲିଉଡରୁ ଆରମ୍ଭ କରି ସୋଉଥ ଇଣ୍ଡଷ୍ଟ୍ରିରୁ ଆସିଥିଲେ ସେଲିବ୍ରିଟି | ଏହି ମଧ୍ୟରେ ଭିଡ଼ିଓ ସାମ୍ନାକୁ ଆସିଛି | ଯେଉଁଥିପାଇଁ ଆରମ୍ଭ ହୋଇଛି ବିବାଦ | ଯେଉଁଥିରେ ଶାହାରୁଖ ଖାନ ରାମଚରଣଙ୍କୁ ଅସମ୍ମାନ କରୁଥିବାର ଅଭିଯୋଗ ଆଣିଛନ୍ତି ଜେବା | ଏବଂ ପାର୍ଟି ଛାଡି ପଳାଇ ଆସିଥିଲେ ଜେବା |

ତେବେ ଜେବା କିଏ? ଜେବା ହେଉଛନ୍ତ୍ତି ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରାମଚରଣଙ୍କ ମେକପ ଆର୍ଟିଷ୍ଟ | ତାଙ୍କୁ ଅଧିକାଂଶ ସମୟ ରାମଚରଣ ସହ ଦେଖିବାକୁ ମିଳିଥାଏ | ଦୁହିଁଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ | ତେବେ ମୁଖ୍ୟ ଘଟଣା ହେଉଛି ଅନନ୍ତ ଓ ରଧିକାଙ୍କ ପ୍ରି-ୱେଡିଂରେ ଷ୍ଟେଜ ଉପରେ ଶାହାରୁଖ ଠିଆ ହୋଇ ରାମଚରଙ୍କୁ ଇଡ଼ଲି ସାମ୍ବର କହି ଡାକୁଥିବାର ଶୁଣିଥିଲେ ସେତେବେଳ ମେକପ ଆର୍ଟିଷ୍ଟ ଜେବା ରାଗିଯାଇଥିଲେ | ଏବଂ ସେ ପାର୍ଟି ଛାଡ଼ି ପଳାଇ ଆସିଥିଲେ | ଶହରୁଖଙ୍କ ଏହି ଡାକିବା ଷ୍ଟାଇଲକୁ ତୀବ୍ର ନିନ୍ଦା କରିଥିଲେ ଜେବା | କେବଳ ସେ ନୁହେଁ ରାମଚରଣଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ନିନ୍ଦା କରିଥିଲେ |

ବାସ୍ତବରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଂ କାର୍ଯ୍ୟ ପାଇଁ ସମଗ୍ର ବଲିଉଡ ଜାମନଗରରେ ପହଞ୍ଚିଥିଲା ​​| ଏହି ସମୟ ମଧ୍ୟରେ ଦୀପିକା ପାଦୁକୋନ, ରଣଭୀର ସିଂ, କରୀନା କପୁର, ସୈଫ ଅଲ୍ଲୀ ଖାନ, ଦିଲଜିତ ଦୋସାଞ୍ଜ, ସଲମାନ ଖାନ, ଶାହାରୁଖ ଖାନ, ଆମୀର ଖାନ, ଅନନ୍ୟା ପାଣ୍ଡେ, ସାରା ଅଲି ଖାନ, ଜାନଭୀ କପୁର, ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ ମଧ୍ୟ ଯୋଗ ଦେଇଥିଲେ । ସମସ୍ତେ ସେମାନଙ୍କର ପ୍ରଦର୍ଶନ ଦେଉଥିଲେ | ଏହି ସମୟରେ, ପ୍ରଥମ ଦିନରେ ସମସ୍ତ ତିନି ଖାନ ନିଜ ପ୍ରଦର୍ଶନ ସହିତ ମଞ୍ଚକୁ ହଲାଇଥିଲେ | ସେ ‘RRR’ ର ହିଟ୍ ଟ୍ରାକ୍ ‘ନାଟୁ ନାଟୁ’ରେ ଜୋରରେ ନାଚିଥିଲେ |

ଯେହେତୁ ରାମଚରଣ ମଧ୍ୟ ସେଠାରେ ଥିଲେ, ଶାହାରୁଖ ତାଙ୍କୁ ମଞ୍ଚକୁ ଡାକିଥିଲେ। କିଙ୍ଗ ଖାନ କହିଥିଲେ- “ଇଡଲି ଭଡା ରାମ ଚରଣ, ତୁମେ କେଉଁଠାରେ?” , ସେତେବେଳେ ଏହି ଲାଇନ ଅଭିନେତାଙ୍କ ପ୍ରଶଂସକଙ୍କୁ ଲାଗିଥିଲା ଖରାପ |

ଜେବା ଏହାର ତୀବ୍ର ନିନ୍ଦା କରି ନିଜ ଇନଷ୍ଟା ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଥିଲେ କି, “ଇଡଲି ଭଡା ରାମ ଚରଣ, ଆପଣ କେଉଁଠାରେ ଅଛନ୍ତି?” , ମୁଁ ଏହା ପରେ ବାହାରକୁ ଚାଲିଆସିଥିଲି ରାମଚରଣ ପରି ତାରକା ପ୍ରତି ଏତେ ଅସମ୍ମାନ… ”। ସୋସିଆଲ ମିଡିଆ ମାଧ୍ୟମରେ ଜେବା ଏହାକୁ ଦୃଢ଼ ସମାଲୋଚନା କରିବାର ଦେଖିବାକୁ ମିଳିଥିଲା । ସେ ଏ ବିଷୟରେ ବହୁତ ଖରାପ ଅନୁଭବ କରିଥିଲେ ଯେଉଁଥିପାଇଁ ଜେବା ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ଛାଡି ପଳାଇ ଆସିଥିଲେ |

Leave a Reply

Your email address will not be published. Required fields are marked *