Pratidin TV

Odisha's Digital News Platform

ମଝି ଆକାଶରୁ ଖସି ପଡ଼ିଲା ସେନା ବିମାନ , ଦୁଇ ପାଇଲଟଙ୍କ ସହ ୩ ଆହାତ..

1 min read

ପୁଣି ଥରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ । ମଝି ଆକାଶରୁ ଖସି ପଡିଲା ସେନା ବିମାନ । ଭାରତୀୟ ସେନାର ଅଫିସର୍ସ ଟ୍ରେନିଂ ସମୟରେ ଏପରି ଦୁର୍ଘଟଣା ଘଟିଛି । ବିହାର ର ଗୟା ନିକଟରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ୩ ଜଣ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ବିମାନଟି ଦୁର୍ଘଟଣା ହେବା ସମୟରେ ଏହି ବିମାନରେ ଜଣେ ମହିଳା ଏବଂ ଦୁଇଜଣ ପାଇଲଟ୍ ଥିଲେ । ବିମାନଟି ଟ୍ରେନିଂରେ ନିୟୋଜିତ ଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁଇ ପାଇଲଟ୍ ସେହି ବିମାନ ଭିତରେ ରହିଥିଲେ । ଯେତେବେଲେ ବିମାନଟି ଜମିରେ ଦେଖିଥିଲେ । ଏହାପରେ ବିମାନରେ ଥିବା ପାଇଲଟଙ୍କ ସହ ମହିଳାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଏହାପରେ ସ୍ଥାନୀୟ ଲୋକେ ଏବଂ ପୋଲିସ୍ ଟ୍ରେନିଂ ଏକାଡେମୀକୁ ଖବର ଦେଇଥିଲେ । ଖାବର ପାଇବା ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ବସ୍ କ୍ୟାମ୍ପକୁ ନେଇଯାଇଥିଲେ । ଆହାତ ତିନି ଜଣ ସୁସ୍ଥ ଥିବା ଜଣାପଡିଛି । ତେବେ ଆହାତ ପାଇଲଟ ଏବଂ ମହିଳାଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *