ସ୍ୱାମୀ ନୁହେଁ ଗିଫ୍ଟ ଦରକାର…ବିବାହ ବାର୍ଷିକରେ ମିଳିଲାନି ଉପହାର ଛୁରୀରେ ଆକ୍ରମଣ କଲା ସ୍ତ୍ରୀ
1 min readସ୍ତ୍ରୀ ଭୁଲିଗଲା ସ୍ୱାମୀର ଭଲପାଇବା | ସ୍ୱାମୀର ଜୀବନ ମୂଲ୍ୟ ସାଜିଲା ସାମାନ୍ୟ ଉପହାର | ଉପହାର ନ ଦେବାରୁ ଛୁରୀ ଭୁଷିଦେଲା ସ୍ତ୍ରୀ | ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବେଙ୍ଗାଲୁରୁ ଅଞ୍ଚଳରେ | ସ୍ୱାମୀ ଶୋଇଥିବାବେଳେ ଛୁରୀରେ ଆକ୍ରମଣ କରିଥିଲା ସ୍ତ୍ରୀ |
ତେବେ ସୂଚନା ଅନୁସାରେ, ପୀଡିତ ବ୍ୟକ୍ତି ହେଉଛନ୍ତି ୩୭ ବର୍ଷୀୟ ସ୍ୱାମୀ ଏବଂ ଅଭିଯୁକ୍ତା ୩୫ ବର୍ଷୀୟ ସ୍ତ୍ରୀ | ପୀଡିତ ସ୍ୱାମୀ ଘରୋଇ କମ୍ପାନୀରେ କର୍ମଚାରୀ | ତେବେ ଫେବୃଆରୀ ୨୭ରେ ପୋଲିସକୁ ପୀଡିତ ସ୍ୱାମୀ କହିଥିଲେ , ସେ ଘରେ ଶୋଇଥିବାବେଳେ ତାକନା ସ୍ତ୍ରୀ ରୋଷେଇ ଘରୁ ଛୁରୀ ଆଣି ତାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ | ହେଲେ ପୀଡିତ ଜଣକ ନିଜକୁ ବଞ୍ଚାଇବାକୁ ଯାଇ ଠେଲି ଦେଇଥିଲେ | ଏବଂ ପଡୋଶୀଙ୍କ ସାହାଯ୍ୟରେ ଡାକ୍ତରଖାନା ଯାଇଥିଲେ |ହାତରେ ଆଘାତ ଲାଗିଥିଲା ଯାହା ଡାକ୍ତରମାନେ ମେଡ଼ିକୋ-ଲିଗାଲ କେସ ରିପୋର୍ଟ କରି ପୋଲିସକୁ ପଠାଇଥିଲେ | ଏହାପରେ ମାର୍ଚ୍ଚ ୨ରେ ମାମଲା ରୁଜୁ ହୋଇଥଲା |
ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହା ଘରୋଇ ମାମଲା ହୋଇଥିବା କାରଣରୁ ଦମ୍ପତିଙ୍କୁ କଥାବାର୍ତ୍ତା ହୋଇ ନିଷ୍ପତି ନେବା ପାଇଁ କୁହାଯାଇଛି | ଅନ୍ୟପଟେ ପୀଡିତ କହିଥିଲେ, ଜେଜେବାପାଙ୍କ ଶ୍ରାଦ୍ଧ ପାଇଁ ସେ ତାଙ୍କ ବିବାହ ବାର୍ଷିକ ପାଇଁ କିଣିପାରିନଥିଲେ ଉପହାର | ଏବଂ ପ୍ରଥମ ଥର ପାଇଁ ଉପହାର ଦେଇନଥିଲେ | ଯେଉଁଥିପାଇଁ ରାଗିଯାଇଥିଲେ ସସ୍ତ୍ରୀ ଏବଂ ଘଟାଇଥିଲେ ଏପରି କାଣ୍ଡ |