Pratidin TV

Odisha's Digital News Platform

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ପାର୍ଟୀର ମହାସଚିବ ଜୟରାମ ରମେଶ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କରୋନା ନିୟମକୁ ମଧ୍ୟ ସେ ପାଳନ କରୁଥିବା ସୂଚନା ମିଳିଛି । ଗତ ଜୁନରେ ମଧ୍ୟ ସୋନିଆ କରୋନା ପଜେଟିଭ୍ ବାହରିଥିଲେ । କିଛିଦିନ ଚିକିତ୍ସିତ ହେବା ପରେ ସେ ପୁଣି ସୁସ୍ଥ ହୋଇଯାଇଥିଲେ ।ଏହାପୂର୍ବରୁ ସୋନିଆଙ୍କ ଝିଅ ପ୍ରିୟଙ୍କା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *