ଭାରତ ପାକିସ୍ତାନ ମ୍ୟାଚ , ଟିକେଟର ଦାମ୍ ୧.୮୬ କୋଟି ..
1 min readଆଉ ତିନି ମାସ ପରେ ମୁହାଁମୁହିଁ ହେବେ ଭାରତ -ପାକିସ୍ତା । କ୍ରିକେଟ ମୈଦାନରେ ଦେତ୍କବାକୁ ମିଳିବ ଭାରତ ପାକିସ୍ତାନର ମହାଲଢେଇ । ତେବେ ଏବେଠୁ ଏହି ମ୍ୟାଚ ନେଇ କ୍ରେଜ ଦେଖିବାକୁ ମିଳିଛି । ଜୁନ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଜୁନ୍ ୯ରେ ଖେଳାଯିବ । ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଏହାର ମୂଲ୍ୟ ମଧ୍ୟ ବହୁତ ଅଧିକ ରହିଛି । ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ଟିକେଟ୍ ହାର ଆଶ୍ଚର୍ଯ୍ୟଜନକ ରୁପରେ ବୃଦ୍ଧି ପାଇଛି । ଟିକେଟ୍ ବିକ୍ରି ହେବା ପରେ, ବର୍ତ୍ତମାନ StubHub ଏବଂ SeatGeek ଭଳି ପ୍ଲାଟଫର୍ମରେ ଦୁଇଗୁଣ ମୂଲ୍ୟରେ ଉପଲବ୍ଧ । କେତେକ ଟିକେଟ୍ ମୂଲ୍ୟ ଭାରତୀୟ ମୁଦ୍ରାରେ ୧ କୋଟି ୮୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଆଇସିସି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ବିକ୍ରି ସମୟରେ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୪୯୭ ଟଙ୍କା ଥିଲା । ଯେଉଁଠାରେ ସର୍ବାଧିକ ମୂଲ୍ୟ ୩୩,୧୪୮ ଟଙ୍କା (ବିନା ଟ୍ୟାକ୍ସ) ରଖାଯାଇଥିଲା ।
ଏହା ବ୍ୟତୀତ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଇନଥିବା କୁହାଯାଇଥିଲା । ତେବେ ଏହି ରିସେଲ ପ୍ଲାଟଫର୍ମରେ ଦିଆଯାଇଥିବା ଭିଆଇପି ଟିକେଟ୍ ମୂଲ୍ୟ ପ୍ରାୟ ୩୩.୧୫ ଲକ୍ଷ ଟଙ୍କା ଥିଲା । ଯଦି ଏହି ରିସେଲ ପ୍ଲାଟଫର୍ମର ଫି ମଧ୍ୟ ଏଥିରେ ଯୋଗ କରାଯାଏ, ଏହାର ମୂଲ୍ୟ ପ୍ରାୟ ୪୧.୪୪ ଲକ୍ଷରେ ପହଞ୍ଚିବ । ଏଥି ସହିତ ଷ୍ଟବ୍ ହବରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁଠାରୁ ଶସ୍ତା ଟିକେଟ୍ ୧.୦୪ ଲକ୍ଷ ଟଙ୍କା ହୋଇଥିବାବେଳେ ସିଟ୍ ଜିକ୍ ରେ ସବୁଠାରୁ ମହଙ୍ଗା ଟିକେଟ୍ ୧.୮୬ କୋଟି ଟଙ୍କା ରହିଛି । ସବୁବେଳେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ଚାହିଦା ସର୍ବଦା ଅଧିକ । ଗତବର୍ଷ ଶେଷ ହୋଇଥିବା ବିଶ୍ୱକପରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିନଥିଲା । ବିକ୍ରୟ ହେବାର କିଛି ସମୟ ମଧ୍ୟରେ ଟିକେଟ ବିକ୍ରି ହୋଇଯାଇଥିଲା ।