Pratidin TV

Odisha's Digital News Platform

ଛାଡପତ୍ର ଗୁଜବ ହେଲା ମିଥ୍ୟା , ସ୍ୱାମୀକୁ ଚୁମ୍ବନ ଦେଇ ଫଟୋ ସେୟାର କଲେ ନୟନତାରା …

1 min read

ନୟନତାରା ଏବଂ ଭିଗ୍ନେଶଙ୍କ ସମ୍ପର୍କରେ ଫାଟ । ଅଲଗା ହୋଇଯିବେ ଦମ୍ପତ୍ତି । ସେଥିପାଇଁ ନୟନତାରା କରିଥିଲେ ସ୍ୱାମୀଙ୍କୁୁ ଅନଫଲୋ । ନୟନତାରାଙ୍କ କ୍ରିପ୍ଟିକ୍ ପୋଷ୍ଟ ପରେ ଆରମ୍ଭ ହୋଇଥିଲା ଏପରି ଚର୍ଚ୍ଚା । ଦୁହିଁକ ଭିତରେ ଛାଡପତ୍ର ହୋଇଯିବ ବୋଲି କଳ୍ପନା ଜଲ୍ପନା ମଧ୍ୟ ଲାଗି ରହିଥିଲା । ତେବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦମ୍ପତ୍ତି । ସୋଶିଆଲ ମିଡିଆ ନିଜ ଇନଷ୍ଟାଗ୍ରାମ ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁ ପୋଷ୍ଟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।

ସେ ଏକ ଭିଡିଓକୁ ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିଛନ୍ତି, ଯେଉଁଥିରେ ନୟନତାରା ତାଙ୍କ ସ୍ୱାମୀକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଜୁନ୍ ୨୦୨୨ ରେ ନୟନତାରା ନିର୍ଦ୍ଦେଶକ ବିଗ୍ନେସ ଶିବନଙ୍କୁ ବିବାହ କରିଥିଲେ । ନିଜ ପରିବାର ଏବଂ ବନ୍ଧୁଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରର ଜୀବନ ସାଥୀ ସାଜିଥିଲେ । ବିବାହର ଚାରି ମାସ ପରେ ଅକ୍ଟୋବର ୯ରେ ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନଙ୍କ ମାତାପିତା ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଇଥିଲେ ବିଗ୍ନେଶ ।

Leave a Reply

Your email address will not be published. Required fields are marked *