Pratidin TV

Odisha's Digital News Platform

ହଜିଗଲା ପୋଲିସର ନିଦ , ବେଙ୍ଗାଲୁରକୁ ମିଳିଲା ବୋମା ଧମକ …

1 min read

ଏବେ ସାରା ବେଙ୍ଗାଲୁରୁ ବାସୀ ଆତଙ୍କିତ । କାରଣ ଏବେ ବେଙ୍ଗାଲୁରକୁ ଉଡାଇଦେବାକୁ ଖୋଲାଖୋଲି ଧମକ ମିଳିଛି । ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଛି । ଏହି ମେଲରେ କୁହାଯାଇଛି ଯେ ଶନିବାର ବେଙ୍ଗାଲୁରୁରେ ବୋମା ବିସ୍ଫୋରଣ ହେବ । ଅପରାହ୍ନ ୨.୪୮ରେ ସହରରେ ବୋମା ବିସ୍ଫୋରଣ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ଗୃହମନ୍ତ୍ରୀ ଏବଂ ବେଙ୍ଗାଲୁରୁ ପୋଲିସ କମିଶନରଙ୍କୁ ଟାର୍ଗେଟ କରାଯିବ । କେବଳ ଏତିକି ନୁହେଁ ବସ , ଟ୍ରେନ , ମନ୍ଦିର , ହୋଟେଲ ଏବଂ ଏପରିକି ଆମ୍ବାରି ପର୍ବରେ ବୋମା ଲଗାଯାଇଛି ବୋଲି ଧମକ ମିଳିଛି ।

ଏହି ଧମକ ପୂର୍ଣ୍ଣ ଇମେଲ ପାଇବା ପରେ ବେଙ୍ଗାଲୁରୁ ପୋଲିସର ନିଦ ହଜିଯାଇଛି । ଧମକ ପାଇବା ପରେ ପୋଲିସ ଲଗାତର ସର୍ଚ୍ଚ ଅପରେସନ୍ ଜାରୀ ରଖିଛି । ଏହି ଘଟଣାର ତଦନ୍ତ ପାଇଁ ବାଙ୍ଗାଲୋର ସାଇବର କ୍ରାଇମ ପୋଲିସର ଏକ ଟିମ୍ ନିୟୋଜିତ କରାଯାଇଛି । ଏହି ଧମକପୂର୍ଣ୍ଣ ଇମେଲ ପରେ କର୍ଣ୍ଣାଟକରେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସୁରକ୍ଷା ବୃଦ୍ଧି କରାଯାଇଛି । ତେବେ ଏହି ଧମକ ସହିଦ ଖାନ ନାମକ ଜଣେ ବ୍ୟକ୍ତି ପଠାଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *