Pratidin TV

Odisha's Digital News Platform

ଭୋରୁ ଭୋରୁ ଭୟଙ୍କର ଦୁର୍ଘଟଣା , ରାଣୀପଥର ଘାଟିରେ ଓଲଟିିଲା ଯାତ୍ରୀବାହୀ ବସ୍ ….

1 min read

କନ୍ଧମାଳ ; ଭୋରୁ ଭୋରୁ ଭୟଙ୍କର ଦୁର୍ଘଟଣା । ଜମକୋଳକୁ ଯାତ୍ରୀବାହି ବସ୍‌କୁ ଟାଣିନେଲା ଘାଟି । ଅଳ୍ପକେ ବର୍ତ୍ତିକଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋର ସମୟରେ ଏକ ସରକାରୀ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ଅନୁଗୁଳ ଯାଉଥିଲା । ଏହି ସମୟରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ କନ୍ଧମାଳ ଜିଲ୍ଲାର ସୁଡୁରୁଗୁମ୍ଫା ଥାନାର ସୀମାନ୍ତବର୍ତୀ ଅଞ୍ଚଳ ର ରାଣୀପଥର ଘାଟିରେ ବସଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା । ଫଳରେ ୧୦ ରୁ ଅଧିକ ଲୋକ ଗୁରୁତର ଥିବା ଜଣାପଡିଛି । ଅନ୍ୟ ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Advertisement

ବସ୍‌ଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଟି ଆମ୍ବୁଲାନ୍ସରେ ଆହତ ବ୍ୟକ୍ତିଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *