ବିବାହ ଋତୁ ସମୟରେ ବଢ଼ିଲା ସୁନା ଦର ……ଚିନ୍ତାରେ ଗ୍ରାହକ
1 min readଚାଲିଛି ବିବାହ ଋତୁ | ସୁନା କିଣା କିଣି କରୁଛନ୍ତି ଗ୍ରାହକ | ସୁନା ସମସ୍ତଙ୍କୁ ଭଲ ଲାଗିଥାଏ | ଯେତେ ମହଙ୍ଗା ହେଲେ ମଧ୍ୟ ସୁନା କିଣା ହୋଇଥାଏ | ବିବାହ ଋତୁ ଆସିଲେ ବଢିଯାଏ ସୁନା ଦର | ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ | ସୁନା ଦର ବୃଦ୍ଧିର କାରଣ ହେଉଛି ମନ୍ଦାବସ୍ଥାର ଆଶଙ୍କା | ଫେବୃଆରୀ ମାସରେ ସୁନା ଦର କମିଥିବା ବେଳେ ପୁଣି ମାର୍ଚ୍ଚରେ ବୃଦ୍ଧି ପାଇଛି ଦର |
ତେବେ ସୁନା ଦର କଥା କହିବାକୁ ଗଲେ ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୪୦୪ ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ଡ଼ିସେମ୍ବର ମାସ ସୁନା ଦର ଦେଖିବାକୁ ଗଲେ ମୂଲ୍ୟ ସର୍ବକାଳୀନ ରେକର୍ଡ ୬୩,୮୦୫ ଟଙ୍କା ଛୁଇଁଥିଲା। ତେବେ ଗତ କାଲିର ମୂଲ୍ୟ ତୁଳନାରେ ଏଥିରେ ୯୨୪ ଟଙ୍କା ବୃଦ୍ଧି ଘଟିଛି।
ତେବେ ଅନ୍ୟପଟେ ଭୁବନେଶ୍ବର ବଜାରରେ ଆଜି ସୁନା ମୂଲ୍ୟ ଜାତୀୟସ୍ତର ତୁଳନାରେ ଅପେକ୍ଷାକୃତ ଭାବେ ଅଧିକ ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୮୫୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଏଥିରେ ୭୬୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୯୪୫୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଏହା ୭୦୦ ଟଙ୍କା ବଢ଼ିଛି। ଏବଂ ରୂପା କଥା କହିବାକୁ ଗଲେ ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ୧୨୦୦ ଟଙ୍କା ବୃଦ୍ଧି ବୃଦ୍ଧି ପାଇ ୭୮,୨୦୦ ଟଙ୍କାରେ ପହଞ୍ଚିଛି।