ଦେଶର ପ୍ରଥମ ଅଣ୍ଡର୍ ୱାଟର୍ ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ …
1 min readଇତିହାସ ରଚିଲା କୋଲକାତା ମେଟ୍ରୋ । ଦେଶର ପ୍ରଥମଥର ଅଣ୍ଡରୱାଟର ମେଟ୍ରୋ ଟ୍ରେନ ଭାବେ ନଦୀ ତଳେ ଗତି କରି ରେକର୍ଡ କଲା କୋଲକତା ମେଟ୍ରୋ । ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶ୍ଚିମବଙ୍ଗରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ଏହି ଅତ୍ୟାଧୁନିକ ମେଟ୍ରୋ ରେଳ ସେବାକୁ ଦେଶବାସୀପାଇଁ ଉତ୍ସର୍ଗ କରିଛନ୍ତି । ହୁଗଲି ନଦୀ ତଳେ କୋଲକାତାର ଅଣ୍ଡର ୱାଟର ମେଟ୍ରୋ ନିର୍ମାଣ କରାଯାଇଛି । କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ ରେଳ ସେବା ସମୀକ୍ଷା କରିଥିଲେ । ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଣ୍ଡର ୱାଟର ମେଟ୍ରୋ ରେଳ ଆଜି ଦେଶବାସୀଙ୍କୁ ଉତ୍ସର୍ଗ କରାଯାଇଛି ।
ଏବେ ଯାତ୍ରୀମାନେ ନଦୀଶଯ୍ୟା ମଧ୍ୟରେ ମେଟ୍ରୋ ସେବାର ମଜା ନେଇପାରିବେ । ସୂଚନାଯୋଗ୍ୟ, କୋଲକାତା ମେଟ୍ରୋ ରେଳ କର୍ପୋରେସନର ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମେଟ୍ରୋ ଷ୍ଟେସନର ନିର୍ମାଣ ହୁଗୁଳୀ ନଦୀ ତଳେ ପ୍ରାୟ ୩୩ ମିଟର ଭିତରେ କରାଯାଉଛି । ୧୬.୫ କିଲୋମିଟର ଲମ୍ବା ମେଟ୍ରୋ ଲାଇନ ହୁଗୁଳୀର ପଶ୍ଚିମବଙ୍ଗରେ ଥିବା ହାୱାରକୁ ପୂର୍ବ ପାର୍ଶ୍ୱରେ ଥିବା ସଲ୍ଟ ଲେକ୍ ସିଟି ସହିତ ସଂଯୋଗ କରେ । ୧୦.୮ କିଲୋମିଟର ଅଂଶ ଭୂତଳ ଅଟେ ।
ଏହା ହେଉଛି ଭାରତର ପ୍ରଥମ ପରିବହନ ପ୍ରକଳ୍ପ, ଯେଉଁଥିରେ ମେଟ୍ରୋ ରେଳ ନଦୀ ତଳେ ନିର୍ମିତ ଟନେଲ ଦେଇ ଯିବ । ଟନେଲ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ମେଟ୍ରୋରେ ଯାତ୍ରା କରିଛନ୍ତି । ଏହି ସମୟରେ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ।