Pratidin TV

Odisha's Digital News Platform

ମାଲିକାଣୀ ହତ୍ୟା ମାମଲାରେ ପୋଲିସର ପୂର୍ଣ୍ଣଚ୍ଛେଦ , ବନ୍ଧା ହେଲା ଅଭିଯୁକ୍ତ ଭଡାଟିଆ ପ୍ରେମିକ ନନ୍ଦ ।

1 min read

ଟ୍ରାଇଙ୍ଗୁଲାର ଲଭ ଷ୍ଟୋରିର ଦ’ ଏଣ୍ଡ । ମିଛ ପ୍ରେମରେ ପୋଲିସର ପୂର୍ଣ୍ଣଛେଦ । କ୍ୟାପିଟାଲ ଥାନା ଝରଣାସାହି ହତ୍ୟାକାଣ୍ଡ ଘଟଣାରେ କମିଶନରେଟ ଜାଲରେ ପଡିଲା ଅଭିଯୁକ୍ତ । ମାଲିକିଆଣିକୁ କେମିତି ମାରିଥିଲା, କଣ’ ପାଇଁ ମାରିଥିଲା ତାର ଡେମୋ ମଧ୍ୟ ଦେଖାଇଲା । ଘଟଣାସ୍ଥଳକୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ। ଖୋର୍ଦ୍ଧା ସାରୁଅ ରେ ଲୁଚିଥିଲେ ଅଭିଯୁକ୍ତ ନନ୍ଦ କିଶୋର ଓଝା ବୋଲି କହିଛନ୍ତି ଡିସିପି ।

ପୋଲିସ କହିବା ମୁତାବକ ମୃତ ମହିଳାଙ୍କ ସ୍ୱାମୀ କୁଞ୍ଜବିହାରି ବାପୁଜି ନଗରରେ ଏକ ମୋବାଇଲ ଦୋକାନ କରିବାକୁ ପ୍ଲାନ କରିଥିଲେ । ଅଭିଯୁକ୍ତ ଜଣଙ୍କ କାଠ ମିସ୍ତ୍ରୀ ହୋଇଥିବାରୁ କୁଞ୍ଜବିହାରି ଙ୍କ ଠାରୁ କାମ ନେଇଥିଲେ । ନିଜ ଘରେ କୁଞ୍ଜବିହାରି ତାଙ୍କୁ ରଖିଥିଲେ । ସେହିଠାରେ ରହି କାମ କରୁଥିଲେ ଅଭିଯୁକ୍ତ ଜଣଙ୍କ । କିନ୍ତୁ ୨୦ ଦିନ ରହିବା ଭିତରେ କୁଞ୍ଜବିହାରି ଙ୍କ ପତ୍ନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

Advertisement

ଗତ ୨୭ ତାରିଖ ରେ ମହିଳା ଜଣଙ୍କୁ ଅଭିଯୁକ୍ତ ଜଣଙ୍କ ପ୍ରେମ ନିବେଦନ କରିବା ସହ ବାହା ହେବାକୁ ବାଧ୍ୟ କରିଥିଲେ । ଏଥିରେ ମହିଳା ଜଣଙ୍କ ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ର ରେ ତାଙ୍କ ତଣ୍ଟି କାଟିଦେଇଥିଲେ ନନ୍ଦ । ସେଠାରୁ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସବୁ ଭୀତରେ ଅଭିଯୁକ୍ତ ନନ୍ଦ ଘର ଛାଡି ପଳାଇଥିଲା , ଯେଉଁଥିପାଇଁ ମୃତ ମହିଳାଙ୍କ ସ୍ୱାମୀଙ୍କୁ ସନ୍ଦେହ ହୋଇଥିଲା । ଏହାପରେ ମୃତକଙ୍କ ସ୍ୱାମୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।

ଆଜି ଅଭିଯୁକ୍ତକୁ ଖୋର୍ଦ୍ଧା ସାରୁଅ ରୁ ଗିରଫ କରାଯାଇ ସିନ୍ ରିକ୍ରିଏସନ୍ କରାଯାଇଥିଲା ଏବଂ ଏହାପରେ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *