Pratidin TV

Odisha's Digital News Platform

ସ୍କୁଲରେ ଦରକାର ପଡିବନି ଶିକ୍ଷକ ଶିକ୍ଷୟତ୍ରୀ , ଏବେ AI ଶିକ୍ଷୟତ୍ରୀ ପଢାଇବେ ପିଲାଙ୍କୁ ପାଠ ..

1 min read

ସ୍କୁଲରେ ଦରକାର ପଡିବନି ଶିକ୍ଷକ ଶିକ୍ଷୟତ୍ରୀ । ଏବେ AI ପଢାଇବ ପିଲାଙ୍କୁ ପାଠ । ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର ଦୃତ ଗତିରେ ବୃଦ୍ଧି ପାଉଛି । ସରଲ ଏବଂ ସୁବିଧାରେ ହାତ ପାହାନ୍ତାରେ ସବୁ କାମ ହୋଇପାରୁଛି । ତେବେ କାର୍ଯ୍ୟ କ୍ଷେତ୍ର ଠାରୁ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଏବେ AI ଦ୍ୱାରା କରାଯାଉଛି କାମ । ଏବେ AI ଆଙ୍କର ଲଞ୍ଚ ହୋଇଥିବା ବେଳେ ସ୍କୁଲ କୁ ଆସିଛନ୍ତି AI ଶିକ୍ଷୟତ୍ରୀ ।

କେରଳର ଏକ ସ୍କୁଲ୍‌ରେ ଭାରତର ପ୍ରଥମ ଏଆଇ ଶିକ୍ଷୟିତ୍ରୀଙ୍କୁ ଲଞ୍ଚ କରାଯାଇଛି । ଫାଷ୍ଟ ଜେନେରେସନ୍ ଏଆଇ ଶିକ୍ଷୟିତ୍ରୀକୁ ମାକେରଲ୍ୟାବ୍ସ ଏଡୁଟେକ ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି ତିଆରି କରାଯାଇଛି । ଥିରୁଭବନ୍ତପୁରମର କେଟିସିଟି ଉଚ୍ଚମାଧ୍ୟମିକ ସ୍କୁଲ୍‌ରେ ଏହାକୁ ଲଞ୍ଚ କରାଯାଇଥିବା ବେଳେ ପିଲାମାନଙ୍କୁ ପାଠ ପଢ଼ାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି । ତେବେ ଏହି AI ଶିକ୍ଷୟତ୍ରୀଙ୍କ ଏକ ଭିଡିଓ ମଧ୍ୟ ସୋଶିଆଲ ମିଡିଆରେ ସେୟାର କରାଯାଇଛି । ଭିଡିଓରେ ଆଇରିସ୍ ପିଲାମାନଙ୍କ ସହ କଥା ହେଉଛି ଓ ହ୍ୟାଣ୍ଡସେକ୍ ବି କରୁଛି । ତେବେ AI ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଇଛି । ଏହି ଉପାୟ ଶିକ୍ଷା କ୍ଷେତ୍ରରେ କେତେ ସଫଳ ହେବ ତାହା ଏହାର କାର୍ଯ୍ୟକ୍ଷମ ହେଲେ ଜଣାପଡ଼ିବ ।

Advertisement

Leave a Reply

Your email address will not be published. Required fields are marked *