Pratidin TV

Odisha's Digital News Platform

ମେଟାର ହୋଇଗଲା ସର୍ଭର ଡାଉନ , ସମସ୍ୟାକୁ ନେଇ ତାତ୍ସଲ୍ୟ କଲେ ମସ୍କ, ଟ୍ୱିଟ୍ କରି କହିଲେ ଏମିତି ..

1 min read

ଗତ କାଲି ରାତିରେ ହଠାତ୍ ବନ୍ଦ ହୋଇଗଲା ଫେସ୍‌ବୁକ୍ ଆଉ ଇନଷ୍ଟାଗ୍ରାମ । ଯାହା ସାରା ବିଶ୍ୱରେ ଚହଳ ପକାଇଦେଲା । ଫେସବୁକ୍‌, ଇନଷ୍ଟାଗ୍ରାମ କାମ କରୁନଥିଲା ଅର୍ଥାତ୍ କୌଣସି ଆପ୍ ଖୋଲୁନଥିଲା । ଭାରତ ସମେତ ପୁରା ବିଶ୍ୱରେ ମେଟା ସର୍ଭର ଟାଇନ ହୋଇଯାଇଥିଲା । ଯେଉଁଥି ପାଇଁ ଏହି ଦୁଇ ଆପରେ କୌଣସି ସେବା ପାଇପାରି ନଥିଲେ । ମେଟା ସେବା ପ୍ରାୟ ଏକ ଘଣ୍ଟ।। ପାଇଁ ଡାଉନ୍ ହୋଇଯାଇଥିଲା । ଯେଉଁ କାରଣରୁ ଉପଭୋକ୍ତାମାନେ ଏହି କୌଣସି ପ୍ଲାଟଫର୍ମ ବ୍ୟବହାର କରିପାରିନଥିଲେ ।

ଫେସବୁକରେ ଉପଭୋକ୍ତାମାନଙ୍କୁ ପୁନର୍ବାର ଲଗଇନ୍ କରିବାକୁ ନୋଟିସ୍ ଆସିଥିଲା । କିନ୍ତୁ ଲଗଇନ୍ ବିବରଣୀ ପ୍ରବେଶ କରିବା ପରେ ମଧ୍ୟ ସେମାନେ ସେମାନଙ୍କ ଆକାଉଣ୍ଟକୁ ପ୍ରବେଶ କରିପାରିନଥିଲେ । ପ୍ରାୟ ଏକ ଘଣ୍ଟା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କାମ କରିଥିଲା । ତେବେ ଏହାରି ଭିତରେ ମେଟାକୁ ତାତ୍ସଲ୍ୟ କରିଥିଲେ ଟ୍ୱିଟର ର ସିଇଓ ମାର୍କ ଜୁକରବର୍ଗ । ଏକ୍ସର ମାଲିକ ଏଲନ ମସ୍କ ମେଟା ମାଲିକାନାରେ ଥିବା ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ବିଶ୍ୱସ୍ତରୀୟ ବିଚ୍ଛିନ୍ନତା ଉପରେ ପ୍ରତିକ୍ରିୟା ପ୍ରକାଶ କରୁଥିବା ପୋଷ୍ଟଗୁଡ଼ିକୁ ସେର‌୍ୟା କରିଛନ୍ତି । ସେ ଏକ ମିମ୍ ସେୟାର କରି ମେଟାକୁ ତାତ୍ସଲ୍ୟ କରିଥିବା ଦେଖିବାକୁ ମିଳିଛି ।

Advertisement

ମିମ୍‌ରେ ଟ୍ୱିର୍ଟ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଥ୍ରେଡ୍ ଆଦି ଲେଖାଥିବା କାର୍ଟୁନ ସେୟାର କରିବା ସହ ମେଟାର ଯୋଗାଯୋଗ ନିର୍ଦ୍ଦେଶକ ଆଣ୍ଡି ଷ୍ଟୋନ୍‌ଙ୍କର ଏକ ପୋଷ୍ଟ୍ ସେର‌୍ୟା କରିଛନ୍ତି । ଯେଉଁ ପୋଷ୍ଟ୍‌ରେ ସେ ଲେଖିଛନ୍ତି, ‘‘ମୋଟା ଏହି ସମସ୍ୟାକୁ ସମାଧାନ କରିବାର ବାଟ ଖୋଜୁଛି ।’’ ତାସହିତ ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଯଦି ଆପଣ ଏହି ପୋଷ୍ଟ ପଢିବା ପାଇଁ ସକ୍ଷମ ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମର ଅର୍ଥାତ୍ ଏକ୍ସର ସର୍ଭର କାମ କରୁଛି । ତେବେ ପ୍ରାୟ ଏକ ଘଣ୍ଟା ପରେ ସବୁ କିଛି ଠିକ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *