Pratidin TV

Odisha's Digital News Platform

ଜଣାପଡିଲା କାରଣ , କାହିଁକି ହଠାତ୍ ବନ୍ଦ ହୋଇଥିଲା ଫେସବୁକ୍ –ଇନଷ୍ଟାଗ୍ରାମ ..

1 min read

ମଙ୍ଗଳବାର ରାତିରେ ହଠାତ୍ ବନ୍ଦ ହୋଇଯାଇ ଥିଲା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ । ସାରା ବିଶ୍ୱରେ ହଠାତ୍ ଫେସବୁକ୍ –ଇନଷ୍ଟାଗ୍ରାମ ଆପେ ଆପେ ଲଗଆଉଟ୍ ହୋଇଯାଇଥିଲା । ଯାହା ଦ୍ୱାରା କୋଟି କୋଟି ୟୁଜର୍ସ ଲଗଇନ୍ କରିବାରେ ଅସମର୍ଥ ହୋଇଥିଲେ । ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ । ତେବେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛି ପ୍ୟାରେଣ୍ଟ କମ୍ପାନୀ ମେଟା । କହିଛି ଯେ ତାହା ଏକ ନିର୍ଦ୍ଦିଷ୍ଟ ବୈଷୟିକ ସମାସ୍ୟା ଦ୍ୱାରା ହୋଇଥିଲା ।

ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଅନୁଯାୟୀ ଏହି ଅଘଟଣ ବିଶ୍ୱବ୍ୟାପୀ ଥିଲା । ଯେଉଁଠାରେ କୋଟି କୋଟି ଉପଭୋକ୍ତା ସେମାନଙ୍କ ଆକାଉଣ୍ଟ ଲଗଇନ୍ କରିବାରେ ଅସମର୍ଥ ଥିବା ଜଣାଇଥିଲେ । ମେଟା ମୁଖପାତ୍ର ଆଣ୍ଡିଷ୍ଟୋନ କହିଛନ୍ତି ଯେ , ମଙ୍ଗଳବାର ଦିନ ଏହି ସମସ୍ୟାର ସମାଧାନ ହୋଇଛି ଏବଂ ସବିଶେଷ ତଥ୍ୟ ପ୍ରକାଶ ନକରି ଟେକ୍ ଜିଆଣ୍ଟ ତରଫରୁ କ୍ଷମା ମାଗିଛନ୍ତି । ଏବଂ ଏହି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରିଛୁ ଏବଂ କୌଣସି ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଶ୍ରୀ ଷ୍ଟୋନ କହିଛନ୍ତି । ତେବେ ୨୦୨୧ ରେ ମଧ୍ୟ ଏହିପରି ସମାନ ଘଟଣା ଦେଖିବାକୁ ମିଲିଥିଲା । ଫେସବୁକ୍ –ଇନଷ୍ଟାଗ୍ରାମ ହ୍ୱାଟ୍ସଆପ ୬ ଘଣ୍ଟା ଧରି ବନ୍ଦ ରହିଥିଲା । ଯାହା ଫଳରେ ଦେଶରେ କୋଟି କୋଟି ଉପଭୋକ୍ତା ପ୍ରଭାବିତ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *