Pratidin TV

Odisha's Digital News Platform

ଚାଇନାର ଲୋକ ହୋଇଗଲେଣି ପୁରା ଚନ୍ଦା , ଏବେ ଚୋରେଇ ନେଉଛନ୍ତି ଭାରତୀୟଙ୍କ ଚୁଟି ..

1 min read

ଚାଇନାରେ ଦେଖାଦେଇଛି ଚନ୍ଦାପଣ । ଆଉ ସେହି ଚନ୍ଦାପଣ ଦୁର କରିବା ପାଇଁ ଚାଇନା ନେଉଛି ଭାରତୀୟଙ୍କ ଚୁଟି । ସେଥିପାଇଁ ଭାରତରୁ ଚୀନକୁ ଚୋରା ଚାଲାଣ ହେଉଛି ଚୁଟି । ଯାହାର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଲୟର ତଦନ୍ତ ଦ୍ୱାରା ୧୧,୭୯୩ କୋଟି ଟଙ୍କାର କେଶ ର‌୍ୟାକେଟର ପର୍ଦ୍ଦାଫାସ କରିଛି । ଏହି ର‌୍ୟାକେଟ୍ ରେ ହାଇଦ୍ରାବାଦ – ମିଜୋରାମ ମିଆଁମାର କରିଡର ଲିଙ୍କ ସମ୍ପୃକ୍ତ ଅଛି । ଏଥିରେ ମନି ଲଣ୍ଡରିଂ ସନ୍ଦେହ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା । ରିପୋର୍ଟ ମୁତାବକ ଇଡି
୨୦୨୨ରେ ଦେଶବ୍ୟାପି ତଲାସି ଅଭିଯାନ ଚଳାଇଥିଲା ।

ସେତେବେଳେ ମିଆଁମାର ଦେଇ ଚୁଟି ରପ୍ତାନି ର‌୍ୟାକେଟ ସାମ୍ନାକୁ ଆସିଥିଲା । ହାଇଦ୍ରାବାଦ ବିମାନବନ୍ଦର ଏବଂ ମିଜୋରାମ ରାସ୍ତା ଦେଇ ମିଆଁମାର ବାଂଲାଦେଶ , ଭିଏତନାମା ଓ ଚାନରେ ଚୁଟି ଚୋରା ବେପାର କରାଯାଉଥିଲା । ତଦନ୍ତ ବେଳେ ହସ୍ତଗତ ହୋଇଥିବା ଦସ୍ତାବିଜ ରୁ ଜଣାପଡିଥିଲା ଯେ ହାଇଦ୍ରାବାଦର ନାୟଲା ଫ୍ୟାମିଲି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ ଢେର ସ୍ୱଳ୍ପ ମୂଲ୍ୟରେ ଚୁଟି ରପ୍ତାନୀ ନିମନ୍ତେ ଅନେକ ବେନାମୀ ସଂସ୍ଥା ଗଠନ କରିଥିଲା । ଯେବେ ବି ଏହି ସଂସ୍ଥାଗୁଡିକୁ ଟିକସ ଅଧିକାରୀମାନେ ଟାର୍ଗେଟ କରୁଥିଲେ ସେଗୁଡିକ ତୁରନ୍ତ ଭାଙ୍ଗିଦିଆ ଯାଉଥିଲା । ଏହାସ୍ଥାନରେ ନୂଆ ସେଲ୍ ବା ବେନାମୀ କମ୍ପାନୀ ସୃଷ୍ଟି କରାଯାଉଥିଲା । ପ୍ରାୟ ୮ ହଜାର କୋଟି ଟଙ୍କାର ପାଉଣା ହୱାଲା ଚ୍ୟାନାଲ ଜରିଆରେ ହାସଲ ହେଉଥିଲା ।

Advertisement

ତାସହିତ ଇଡିର ଅନୁସନ୍ଧାନରୁ ଜଣାପଡିଛି ଯେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ବ୍ୟବସାୟୀମାନେ ଉତ୍ତର -ପୂର୍ବ ଏବଂ କୋଲକାତାର ସେଲ ସଂସ୍ଥାଗୁଡ଼ିକରେ ଚୁଟି ବିକ୍ରି କରୁଥିଲେ, ଯେଉଁଠାରୁ ପ୍ରଥମେ ମିଆଁମାର ଏବଂ ପରେ ଚୀନ୍‌କୁ ପଠାଯାଉଥିଲା । ମିଜୋରାମର ବାସିନ୍ଦା ଲୁକାସ ବେଆଇନ ଭାବେ ସୀମା ପାର ହେବା ପାଇଁ ବ୍ୟବସ୍ଥା କରୁଥିଲେ । ଲୁକାସ୍ ଦ୍ୱାରା ପରିଚାଳିତ ହାୱାଲା ନେଟୱାର୍କ ମାଧ୍ୟମରେ ମିଆଁମାରରେ କାରବାର ହେଉଥିଲା । ଏହି ଜବତରେ ଇଡି ୧.୨୧ କୋଟି ଟଙ୍କା ଜବତ କରିବା ସହ ୧୦୦ ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟରେ ୭.୮୫ କୋଟି ଟଙ୍କା ଅଚଲ କରିଛି । ଏଥିରେ ଅନେକ ସନ୍ଦିଗ୍ଧ କମ୍ପାନୀ ଏବଂ ଅଭିଯୁକ୍ତ ଅଛନ୍ତି । ଯେଉଁମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଚୁଟି ଚୋରାଚାଲାଣ ସହ ଜଡିତ । ମୁଖ୍ୟ ଅଭିଯୁକ୍ତ ଲୁକାସ ଥଙ୍ଗମଙ୍ଗଲିୟାନା ଏବଂ ଅନ୍ୟ ୮ ଜଣ ମିଜୋରାମର ସୀମାବର୍ତ୍ତୀ ସହରର ବାସୀନ୍ଦା ।

Leave a Reply

Your email address will not be published. Required fields are marked *