Pratidin TV

Odisha's Digital News Platform

(video ) ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲେ ଇମ୍ରାନ , ଶୁଣନ୍ତୁ ..

1 min read

ମୋଦୀଙ୍କ ପାଇଁ ଗୀତ ଗାଇଲେ ଗାୟକ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କର ପ୍ରସଂସକ ପାଲଟି ଯାଇଛନ୍ତି । ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଙ୍କ କଣ୍ଠରୁ ଝରିପଡୁଛି ସୁମଧୁର ସଙ୍ଗୀତ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜାମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମିରରେ ପହଞ୍ଚି ରାଲି କରିଛନ୍ତି ।

ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀନଗରରେ ଅବତରଣ କରିବା ମାତ୍ରେ ସେ ଅନେକ ସ୍ଥାନୀୟ ଉଦ୍ୟୋଗୀ ଏବଂ କାରିଗରଙ୍କ ସହ ସାକ୍ଷାତ କରିଥିଲେ । କାଶ୍ମୀରର ବକ୍ସି ଷ୍ଟାଡିୟମରେ ଆୟୋଜିତ ‘ବିକଶିତ ଭାରତ, ବିକଶିତ ଜାମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଜାମ୍ମୁ ଗସ୍ତରେ ଅଛନ୍ତି । ତେବେ ଏହି ଅବସରରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଯୁବ ଗାୟକ ଇମ୍ରାନ ଅଜିଜ୍ ମୋଦୀଙ୍କ ପାଇଁ ଏକ ସୁନ୍ଦର ଗୀତ ରଚନା କରିଥିଲେ । ଆଉ ସେହି ଗୀତକୁ ଗାଇଥିଲେ ।

ତେବେ ଗାୟକ ଇମ୍ରାନ ଅଜିଜ୍ କହିଛନ୍ତି ଯେ ମୁଁ ଅନେକ ଦିନ ଆଗରୁ ପ୍ରଧାନମନ୍ତ୍ରୀ କାଶ୍ମିର ଆସିବେ ବୋଲି ଶୁଣିଥିଲି । ଆଉ ତାଙ୍କ ପାଇଁ କିଛି କରିବାକୁ ଚିନ୍ତା କରିଥିଲି । ଆଉ ତାଙ୍କ ପାଇଁ ଏହି ଗୀତ ପ୍ରସ୍ତୁତ କଲି । ତେବେ ଏହି ଗୀତ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଛି । ମୋଦୀଙ୍କର କାଶ୍ମିର ଗସ୍ତ ପରେ ସବୁ କିଛି ଠିକ୍ ହେଇଯିବ ବୋଲି ସେ କହିଛନ୍ତି । ଏବଂ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାକୁ ସେ ଇଚ୍ଛା ପ୍ରକାସ କରିଛନ୍ତି । ଯଦି ଭଗବାନ ଚାହାଁନ୍ତି ତାହେଲେ ସେ ମୋଦୀଙ୍କ ସହ ସାକ୍ଷାତ କରିପାରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *