Pratidin TV

Odisha's Digital News Platform

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା ..

1 min read

ପୁଣି ଥରେ ଚିଲିକାରେ ଅଘଟଣ । ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଚିଲିକାର ଅଥଳ ଜଳରାଶି ଭିତରେ ଅଟକି ରହିଛି ଯାତ୍ରୀଙ୍କ ଜୀବନ । ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ଚିଲିକା କୂଳରୁ ୬ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଇ ଙ୍କୁ ଦର୍ଶନ କରେଇବା ପାଇଁ ଯିବାବେଳେ ଡଙ୍ଗାଟି ମଝି ଚିଲିକାର ଅକତା କାତ ଜଳ ମଧ୍ୟରେ ଫସିରହିଥିଲା । ଡଙ୍ଗାଟିରେ ୬ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି। ଡଙ୍ଗା ମେସିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ମଝି ଚିଲିକାରେ ଫସି ରହି ଥିବା ସୂଚନା ମିଳିଛି ।

ସକାଳ ୯ ଟା ସମୟରେ ଯାତ୍ରୀବାହି ଡଙ୍ଗାଟି ବାଲୁଗାଁ ଚିଲିକା କୂଳ ନିକଟରୁ ୬ ଜଣ ଯାତ୍ରୀଙ୍କୁ ନେଇ ଚିଲିକା ମଧ୍ୟରେ ଥିବା ମା କାଳିଜାଇ ଅଭିମୁଖେ ବାହାରିଥିଲେ। । କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ମେସିନ ଖରାପ୍ ହୋଇଯାଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଥିଲା । ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ମା କାଳିଜାଇ ବୋଟ ଆସୋସିଏସନ୍ ତରଫରୁ ଅନ୍ୟ ଡ଼ଙ୍ଗା ପଠାଇ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ଡଙ୍ଗାରେ ମା ଙ୍କୁ ଦର୍ଶନ କରିବାକୁ ପଠାଯାଇଥିଲା । ଯାତ୍ରୀମାନେ ଦର୍ଶନ ସାରି କୂଳକୁ ଫେରିଥିଲେ ! ଫସି ରହିଥିବା ସମସ୍ତ ଯାତ୍ରୀ ଗଂଞ୍ଜମ ଜିଲ୍ଲାର ବୋଲି ଜଣା ପଡ଼ିଛି ! ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ଲାଇଫ ଜ୍ୟାକେଟ ବ୍ୟବହାର କରିବା କଥା ତାହା କରାଯାଇ ନାହିଁ ! ଡଙ୍ଗାଟି ବାଲୁଗାଁ ମା” କାଳିଜାଇ ମୋଟର ବୋଟ ଆସୋସିଏସନ ବୋଲି ଜଣା ପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *