Pratidin TV

Odisha's Digital News Platform

(video)ସେଲ୍ଫି ନେବାବେଳେ କାଜଲଙ୍କ ଅଣ୍ଟାକୁ ଧରିଦେଲେ ଯୁବକ , ଦେଖନ୍ତୁ ଏହି ଭିଡିଓ..

1 min read

ସେଲ୍ଫି ନେବାବେଳେ ଯୁବକ ଜଣଙ୍କ କାଜଲଙ୍କ ସହ କିଛି ଏମିତି କରିଲେ । ଯେଉଁଥିପାଇଁ କାଜଲ ଅଗ୍ରୱାଲ ରାଗି ଯାଇଥିଲେ । ତାଙ୍କୁ ସେହି ଯୁବକର ବ୍ୟବହାର ମଧ୍ୟ କଷ୍ଟ ଦେଇଛି । ତାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ସେଲଫି ନେବା ବାହାନାରେ ଯୁବକ ଜଣକ ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ରଖିଥିବା ଭିଡିଓରେ ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ପିତା ବିନୟଙ୍କ ସହ ହାଇଦ୍ରାବାଦରେ ଏକ ଷ୍ଟୋରର ଶୁଭାରମ୍ଭ କରିବା ପାଇଁ ଯୋଗ ଦେଇଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ ସହ ସେଲ୍ଫି ନେବାକୁ ଆସିଥିଲା । ସେଲଫି ନେବାବେଳେ ଜଣେ ବ୍ୟକ୍ତି ଏତେ ନିକଟତର ହୋଇଥିଲେ ଯେ କାଜଲ ରାଗି ଯାଇଥିଲେ ।

ଷ୍ଟୋରର ଶୁଭାରମ୍ଭ ପରେ ଜଣେ ଯୁବକ ତାଙ୍କ ସହ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ , କାଜଲ ସେହି ଯୁବକର ଅନୁରୋଧରେ ରାଜି ହୋଇଥିଲେ । କିନ୍ତୁ ଯେତେବେଳେ ସେ ସେଲ୍ଫିି ପାଇଁ ଆଗକୁ ବଢିଲେ ସେ ସେ କାଜଲଙ୍କ ନିକଟତର ହୋଇ ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ରଖି ସେଲଫି ନେବା ଆରମ୍ଭ କଲେ । ଏହା ଉପରେ କାଜଲ ତୁରନ୍ତ ସେହି ବ୍ୟକ୍ତିଙ୍କୁ ନିଜଠାରୁ ଦୂରେଇ ରଖିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡିଓ ରେ ସେହି ଯୁବକର ଚେହେରା ସଫା ସଫା ଜଣା ପଡୁଛି । ହେଲେ ପରେ ସେଠାରେ ଝଗଡ଼ା ନକରି ସେ ଶାନ୍ତ ହେବା ସହ ଅନ୍ୟ ଲୋକମାନଙ୍କ ସହ କଥା ହେବା ଆରମ୍ଭ କରୁଛନ୍ତି । ତେବେ କାଜଲ ପ୍ରଥମ ଅଭିନେତ୍ରୀ ନୁହଁନ୍ତି ଯାହାଙ୍କ ସହ ଏହା ଘଟିଛି । ସାର ଅଲି ଖାନ, ଅପର୍ଣ୍ଣା ବାଲାମୁରାଲୀ, ଅହାନା କୁମାର ଏମିତି କିଛି କଳାକାର ଙ୍କ ସହିତ ଅତୀତରେ ଏଭଳି ଘଟଣାର ସମ୍ମୁଖୀନ ହୋଇଥିଲେ । ନୋରା ଫତେହିଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ରାମ୍ପ ୱାକ କରୁଥିବା ବେଳେ ଅଭିନେତ୍ରୀଙ୍କ ଗାଲରେ ଚୁମ୍ବନ ଦେଇଥିଲେ, ଯାହା ଉପରେ ନୋରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *