Pratidin TV

Odisha's Digital News Platform

ପିଲାଦିନର ସାଙ୍ଗ ବିଶ୍ୱାସରେ ବିଷ ଦେଲା, ଖାଇବାରେ ନିଶା ଦେଇ ସର୍ମ୍ପକ ରଖିଲାପରେ ବ୍ଲାକମେଲ କଲା।

1 min read

ଭୁବନେଶ୍ୱର ; ଜାତୀୟ ମହିଳା ଦିବସରେ ମହିଳାଙଯକ ସହ ଲଜ୍ୟାକର ଘଟଣା । ଧୋକା ଦେଇ ବ୍ଲାକମେଲ କଲା ପିଲାଦିନର ବନ୍ଧୁ । ପୀଡିତାଙ୍କ ପିଲା ଦିନର ସାଙ୍ଘରୁ ଫୋନ ନମ୍ବର ଆଣି ଯୋଗାଯୋଗ କଲା ଏବଂ ମୌକା ଦେଖି ଫାଇଦା ଉଠାଇଲା ଆଉ ତାପରେ ବ୍ଲାକମେଲ କଲା । ଏଭଳି ଏକ ଲଜ୍ୟାକର ଘଟଣା ଘଟିଛି ଭୁବନେଶ୍ୱରରେ ରହୁଥିବା ଜଣେ ଯୁବତୀଙ୍କ ସହ । ତେବେ ଯୁବତୀ ଜଣଙ୍କ ଏନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ପରେ ବନ୍ଧାହେଲେ ରସିକିଆ ଯୁବକ ହିମାଂଶୁ ଶେଖର ବେହେରା । ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ।

ଯୁବତୀ ଙ୍କ ବାପାଙ୍କ ମୃତ୍ୟୁ ପରେ ପୀଡିତା ଯୁବତୀ ଭୁବନେଶ୍ୱର ରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ । ଏହାର ଫାଇଦା ଉଠାଇ ପିଲାଦିନର ବନ୍‌ଧୁ ହିମାଂଶୁ ଯୁବତୀ ସହ ଅଧିକ ବିଶ୍ୱାସ ଜନ୍ମାଇ ବନ୍ଧୁତାକୁ ଅଧିକ ଘନିଷ୍ଠ କରିଥିଲା । ଯୁବକ ଜଣଙ୍କ କିଛି କାମ କରୁ ନଥିବାରୁ ବହୁ ସମୟରେ ଯୁବତୀ ଠାରୁ ଟଙ୍କା ଧାର ସୂତ୍ରରେ ନେଉଥିଲା ।

Advertisement

ପରବର୍ତୀ ସମୟରେ ଟଙ୍କା ଫେରସ୍ତ ନାଁରେ ଭୁବନେଶ୍ୱର କଳିଙ୍ଗ ନଗରରେ ରହୁଥିବା ଘରକୁ ଡାକି ସେଠାରେ ନିଶା ଦେଇ ଯୁବତୀକୁ ଅଚେତ କରି ତା ସହିତ ଶାରୀରିକ ସମ୍ପର୍କ ରଖି ଭିଡିଓ ଓ ଫଟୋ ରଖିଥିଲା । ଏବଂ ଯୁବତୀଙ୍କୁ ବ୍ଲାକମେଲ କରୁଥିଲା , ଏହିସବୁ ମାନସିକ ନିର୍ଯ୍ୟ।ତନା ସହି ନପାରି ଶେଷରେ ଯୁବତୀ ଜଣଙ୍କ ମହିଳା ଥାନାରେ ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଯୁବକ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ମହିଳା ଥାନା ପୋଲିସ ।

Leave a Reply

Your email address will not be published. Required fields are marked *