Pratidin TV

Odisha's Digital News Platform

କ୍ୟାନ୍ସରରେ ଆଖି ବୁଜିଲେ ‘ଝନକ ’ ଫେମ୍ ଅଭିନେତ୍ରୀ ଡଲି ସାହି , କିଛି ଘଣ୍ଟା ପୂର୍ବରୁ ହୋଇଥିଲା ଭଉଣୀଙ୍କ ମୃତ୍ୟୁ ..

1 min read

କ୍ୟାନସର ସହ ଲଢି ଲଢି ଶେଷରେ ହାରିଗଲେ ଅଭିନେତ୍ରୀ । ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । ଆଜି ପୁଣି ଥରେ ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଆସିଛି ଦୁଃଖଦ ଖବର । ଝନକ ଫେମ୍ ଅଭିନେତ୍ରୀ ଡଲି ସାହା ୪୮ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ଅଭିନେତ୍ରୀ ଗର୍ଭାଶୟ କର୍କଟ ଜନିତ ରୋଗରେ ପୀଡିତ ଥିଲେ । ଦୁଃଖର ବିଷୟ ଯେ ଗତକାଲି ରାତିରେ ତାଙ୍କ ଭଉଣୀ ଅମାନଦୀପ ସାହିଙ୍କ ମୃତ୍ୟୁ ହୋଇଛି । ଜଣ୍ଡିସ୍ ପାଇଁ ଅମାନଦୀପ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ତେବେ ଦୁଇ ଭଉଣୀଙ୍କ ଏକା ସାଙ୍ଗରେ ମୃତ୍ୟୁ ସମସ୍ତଙ୍କୁ ନିରବ କରି ଦେଇଛି । ସେ ଗତ ଦୁଇ ଦଶନ୍ଧି ଧରି ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବେଶ ସକ୍ରିୟ ଥିଲେ । ସେ ଅନେକ ସିରିଏଲ , ତୁଜ ସାଙ୍ଗ ପ୍ରୀତ ଲଗାଇ ସାଜନା, ହିଟଲର ଦିଦି, ଦେବୋ କେ ଦେବ-ମହାଦେବ , ପରିଣିତି , ଝନକ ପରି ଅନେକ ଟିଭି ଶୋ’ରେ କାମ କରିଥିଲେ । ଗତ ବର୍ଷ ସେ ଜାଣିବାକୁ ପାଇଲେ ଯେ ସେ ଗର୍ଭାଶୟ କର୍କଟରେ ପୀଡିତ ଅଛନ୍ତି । ଯାହା ପରେ ଚିକିତ୍ସା ପାଇଁ ତାଙ୍କୁ ଶୋ ‘ଝନକ ‘ ଛାଡ଼ିବାକୁ ପଡ଼ିଲା । ଲାଗୁଥିଲା ଯେ ସେ କର୍କଟ ଯୁଦ୍ଧରେ ଜିତିବେ, କିନ୍ତୁ ନିକଟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା ।

Advertisement

ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିଲା, କିନ୍ତୁ ହଠାତ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଛି । ସେହିପରି ତାଙ୍କ ଭଉଣୀ ସିରିଏଲ ‘ବାଦତମିଜ୍ ଦିଲ୍‌’ ରେ ତାଙ୍କ ଅଭିନୟ କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଡଲି ଏବଂ ଅମାନଦୀପ କେବଳ ଭଉଣୀ ନୁହଁନ୍ତି, ବରଂ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ ଦୁହେଁ କଠିନ ସମୟରେ ବି ଖୁସିରେ ରହିବା ବେଶ ଭଲ ଭାବରେ ଜାଣିଥିଲେ । ଏବେ ସୋସିଆଲ ମିଡିଆରେ ଉଭୟ ଭଉଣୀଙ୍କ ପ୍ରେମ ଭରା ଭିଡିଓ ପ୍ରଶଂସକଙ୍କ ଆଖିରେ ଲୁହ ଆଣିଦେଉଛି ।

Leave a Reply

Your email address will not be published. Required fields are marked *