Pratidin TV

Odisha's Digital News Platform

ଦୁର୍ଘଟଣା ଘଟାଇଥିବା ଗାଡିରୁ ମିଳିଲା ପୁଳା ପୁଳା ଗଞ୍ଜେଇ , ଡ୍ରାଇଭରକୁ ଗିରଫ କଲା ପୋଲସ୍ ..

1 min read

ଦୁର୍ଘଟଣା ଘଟାଇଥିବା ଗାଡିରୁ ବାହୁରୁଛି ପୁଳା ପୁଳା ଗଞ୍ଜେଇ । ଯାହାକୁ ଦେଖି ସମସ୍ତେ ଚକିତ ହଇପଡିଛନ୍ତି । ସୂଚନାନୁଯାୟୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚଚରାଭଟା ଠାରେ ଏକ ଟାଟାସୁମୋ ଗାଡି ଏକ ଘରକୁ ପିଟିଥିଲା । ଏହା ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ସେଠାରେ ପହଞ୍ଚି ପୋଲିସ୍ ତଦନ୍ତ କରୁଥିବା ବେଳେ ଗାଡ଼ିରେ ଗଞ୍ଜେଇ ଥିବା ଜଣା ପଡିଥିଲା । ଏହାପରେ ପୋଲିସ ସେହି ଗଞ୍ଜେଇ ଜବତ କରି ଗାଡିର ଡ୍ରାଇଭର କୁ ଗିରଫ କରିଛି । ଡ୍ରାଇଭର ନୂଆପଡା ଜିଲ୍ଲା ଲଖନା ଅଞ୍ଚଳର ବୋଲି ଜଣା ପଡିଛି । ତେବେ ସେହି ଗାଡି ଏବଂ ଡ୍ରାଇଭର କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *