Pratidin TV

Odisha's Digital News Platform

ଡାକିଲେ ଭୋଳାନାଥ, ମନ୍ଦିର ଯାଇ ସବୁଦିନ ପାଇଁ ଆଖି ବୁଜିଲେ ଭକ୍ତ

1 min read

ଆଜି ହେଉଛି ଜାଗର | ଏହି ଶୁଭ ଶିବରାତ୍ରୀ ଯାତ୍ରା ହେଉଥିବାରୁ କେତେ ଆଶା ବିଶ୍ଵାସ କରି ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି | କିନ୍ତୁ ଏହି ଯାତ୍ରା ଜଣେ ଭକ୍ତଙ୍କ ପାଇଁ ହୋଇଛି ଶେଷ ଯାତ୍ରାରେ। ଏହି ଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ନିକଟସ୍ଥ ଦେବଗିରି ପାହାଡରେ ହେଉଥିବା ମହା ଶିବରାତ୍ରି ଯାତ୍ରାରେ।

କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଯୋଡ଼ାଆମ୍ବ, ଗ୍ରାମର ତିରିପତି ଗୌଡଙ୍କ ୨୩ ବର୍ଷୀୟ ପୁଅ ତ୍ରିକାନ୍ତ ଗୌଡ଼, ଆଜି ନିଜ ବନ୍ଧୁ ସମ୍ପର୍କୀୟ ଭାଇ ଭଉଣୀ ସାଙ୍ଗହୋଇ ଦେବଗିରି ଶିବରାତ୍ରୀ ଯାତ୍ରା ଦେଖିବା ପାଇଁ ଆସିଥିଲେ। ଦେବଗିରି ପାହାଡ ପହଞ୍ଚି ନଡ଼ିଆ କଦଳୀ ଭୋଗ ରାଗ କିଣି ପାହାଡ ଉପରକୁ ଚଢିବା ସମୟରେ ଯୁବକ ଜଣକ ମୋବାଇଲ ଫୋନରେ କାହା ସହିତ କଥା ହୋଇ ଯାଉଥିଲେ | ସେହି ସମୟରେ ହଠାତ ଅସୁସ୍ଥ ହୋଇ ପଡିଯାଇଥିଲେ, ଏହା ପରେ ଆସିଥିବା ଭାଇ ଭଉଣୀ ସମ୍ପର୍କୀୟମାନେ ଦେଖି ସାଙ୍ଗେ ସାଙ୍ଗେ ମେଡିକାଲ ଗାଡିରେ ସ୍ଥାନୀୟ ଗୋଷ୍ଠି ସୁସ୍ଥ କେନ୍ଦ୍ରକୁ ନେଉଥିବା ସମୟରେ ରାସ୍ତାରେ ଯୁବକ ଜଣଙ୍କ ଜୀବନ ଚାଲି ଯାଇଥିବା ସମ୍ପର୍କୀୟ ଲୋକମାନେ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *