Pratidin TV

Odisha's Digital News Platform

ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ କଲେ ମନା….ମାରି ପୋଖରୀରେ ଫିଙ୍ଗିଦେଲେ ୨ ସାଙ୍ଗ

1 min read

ଅପ୍ରାକୃତିକ ଜଣ ସମ୍ପର୍କ ପାଇଁ ମନା କରିବାରୁ ଜଣେ ୪୦ ବର୍ଷୀୟ ବ୍ୟକଙ୍କୁ କରାଯାଇଛି ହତ୍ୟା | ହତ୍ୟା ପରେ ମୃତଦେହକୁ ପୋଖରୀକୁ ଫିଙ୍ଗିଦେଇଥିଲେ ଅଭିଯୁକ୍ତ | ତେବେ ଏଭଳି ହତ୍ୟାକାଣ୍ଡ ରାଜସ୍ଥାନ ବାରାଁ ଜିଲ୍ଲାରେ ଘଟିଛି | ୨ ସାଙ୍ଗ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ |

ସୂଚନା ମୁତାବକ, ମୃତକ ଜଣକ ହେଲେ ୪୦ ବର୍ଷୀୟ ଓମ୍‌ ପ୍ରକାଶ ଭୈରବା। ଘଟଣା ଦିନ ୩ ସାଙ୍ଗ ତଥା ଅଭିଯୁକ୍ତ ୩୨ ବର୍ଷୀୟ ମୁରଲୀଧର ପ୍ରଜାପତି , ସୁରେନ୍ଦ୍ର ଯାଦବ ଏବଂ ୪୦ ବର୍ଷୀୟ ଓମ୍‌ ପ୍ରକାଶ ଭୈରବ ଗାଁରେ ଏକାଠି ବସି ମଦ ପିଉଥିଲେ | ଏହାପରେ ସେମାନେ ମିଶି ପ୍ରଜାପତିର ଭଉଣୀ ଘର ନିକଟସ୍ଥ ଗାଁକୁ ଯାଇଥିଲେ | ଫେରିବା ସମୟରେ ପ୍ରଜାପତି ଓ ସୁରେନ୍ଦ୍ର ଯାଦବ ଭୈରବ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ଭୈରବ ,ମନା କରିବାରୁ ଦୁହେଁ ମିଶି ତାକୁ ହତ୍ୟା କରିଥିଲେ | ହତ୍ୟା ପରେ ଭୈରବର ମୃତଦେହକୁ ପୋଖରୀରେ ଫିଙ୍ଗିଦେଇଥିଲେ |

Advertisement

ଗତ ୨୬ ଫେବ୍ରୁଆରୀ ଦିନ ବାରାଁ ସହର ପୁଲିସ ଷ୍ଟେସନ ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ବାରାଁ ସହରରେ ରହୁଥିବା ଦୁଇ ଅଭିଯୁକ୍ତ ୩୨ ବର୍ଷୀୟ ମୁରଲୀଧର ପ୍ରଜାପତି, ସୁରେନ୍ଦ୍ର ଯାଦବଙ୍କୁ ଗରିଫ କରିବା ପାଇଁ ବାହାରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ସୁରେନ୍ଦ୍ର ଯାଦବ ଗିରଫ କରାଯାଇଥିବା ବେଳେ ପ୍ରଜାପତି ଗିରଫ ହେବା ଭୟରେ ବିଷ ପି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା | ଏହାପରେ ପୋଲିସ ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନରେ ଭର୍ତି କରିଥିଲା |

ପୋଲିସ ପଚରାଉଚୁରା ସମୟରେ ଦୁହିଁ ପରିଚୟ ଜଣାପଡିଥିଲା | ପ୍ରଜାପତି ରାସ୍ତା କଡରେ ଏକ ଢ଼ାବା ଚଳାଉଥିବା ବେଳେ ଯାଦବ ଜଣେ ଦାଦନ ଶ୍ରମିକ ଭାବେ କାମ କରନ୍ତି |

Leave a Reply

Your email address will not be published. Required fields are marked *