Pratidin TV

Odisha's Digital News Platform

ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା , କାମିୟା ଜାନିଙ୍କୁ ସମ୍ମାନୀତ କଲେ ମୋଦୀ ..

1 min read

ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରତିଷ୍ଠିତ ଯୁବବର୍ଗଙ୍କୁ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡରେ ସମ୍ମାନୀତ କରିଛନ୍ତି ମୋଦୀ । ୨୦୨୪ ପାଇଁ ଦେଶର ଟପ କ୍ରିଏଟର୍ସ ମାନଙ୍କୁ ସମ୍ମାନୀତ କରାଯାଇଛି । ନୂଆଦିଲ୍ଲୀ ଭାରତ ମଣ୍ଡପମ ରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଏହି ଅବସରରେ ସୋସିଆଲ ମିଡିଆ ଇନଫ୍ଲୁଏନସର ତଥା ପ୍ରସିଦ୍ଧ ଟ୍ରାଭେଲ ଆଣ୍ଡ ଫୁଡ ବ୍ଲଗର ଏବଂ କର୍ଲି ଟେଲସ ୟୁଟ୍ୟୁବ୍ ଚାନେଲର ପ୍ରତିଷ୍ଠାତା କାମିୟା ଜାନି ଙ୍କୁ ସମ୍ମାନୀତ କରାଯାଇଛି । ତାଙ୍କୁ ସର୍ବଶ୍ରେଷ୍ଠ ଟ୍ରାଭେଲ କ୍ରିଏଟର ଭାବେ ସମ୍ମାନ ମିଳିଛି । ତେବେ ତାଙ୍କ ସହିତ ଲୋକପ୍ରିୟ ପ୍ରବଚକ ଜୟା କିସୋରୀ , ଲୋକ ଗାୟିକା ମୈଥିଳୀ ଠାକୁର , ଆରଜେ ରୌନକ , ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜ କରିଥିବା ବ୍ୟକ୍ତି ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସୋଶିଆଲ ମିଡିଆ କଣ୍ଟେଣ୍ଟ କମ୍ୟୁନିଟି ମାଧ୍ୟମରେ ସୃଜନଶୀଳତା ଦିଗରେ ଉଠାଯାଇଥିବା ପଦ କ୍ଷେପ ନେଇ ସମ୍ମାନୀତ କରାଯାଇଛି । ତେବେ ଏହି ପୁରସ୍କାର ଯୁବବର୍ଗଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିବ ।

Advertisement

Leave a Reply

Your email address will not be published. Required fields are marked *