Pratidin TV

Odisha's Digital News Platform

ଦେଶଛାଡି ବିଦେଶ ଯିବାକୁ ଚାହୁଁଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ , କୋର୍ଟରେ କଲେ ଆବେଦନ ..

1 min read

ଦେଶ ଛାଡି ଏବେ ବିଦେଶ ଯିବାକୁ ଚାହୁଁଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏସ୍ ନଳିନୀ । ସେ ତାଙ୍କ ଝିଅ ସହ ବ୍ରିଟେନରେ ରହିବାକୁ ଚାହୁଁଛନ୍ତି । ଏଥିପାଇଁ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।ପାସପୋର୍ଟ ପାଇବା ପାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ଭାରତର ଶ୍ରୀଲଙ୍କା ଡେପୁଟି ହାଇ କମିଶନଙ୍କ ନିକଟରେ ହାଜର ହେବାକୁ ଅନୁମତି ଦେବାକୁ ସେ ମଡ୍ରାସ ହାଇକୋର୍ଟ ଅନୁରୋଧ କରିଛନ୍ତି । ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ନଳିନୀଙ୍କ ସହ ସ୍ୱାମୀ ଶ୍ରୀହରନ ଓରଫ ମୁରୁଗନ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ଏହି ମାମଲାରେ ସମସ୍ତ ୭ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ତାଙ୍କ ସ୍ୱାମୀ ଶ୍ରୀଲଙ୍କାର ନାଗରିକ ହୋଇଥିବାରୁ ତାଙ୍କୁ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର ଶିବିରରେ ରଖାଯାଇଛି । ନାଳିନୀ ବର୍ତ୍ତମାନ ଲଣ୍ଡନରେ ରହୁଥିବା ଝିଅ ସହିତ ରହିବାକୁ ଚାହୁଁଛନ୍ତି । ସେ ଏବଂ ତାଙ୍କ ସ୍ୱାମୀ ସମସ୍ତ ଦେଶ ଭ୍ରମଣ ପାଇଁ ପାସପୋର୍ଟ ପାଇଁ ଆବେଦନ କରିଛନ୍ତି । ୩୦ ଜାନୁୟାରୀ ୨୦୨୪ ରେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଏହା ସହିତ ସେ କହିଛନ୍ତି ତାଙ୍କ ସ୍ୱାମୀଙ୍କୁ ଯେଉଁ ଜେଲ୍ ରେ ରଖାଯାଇଛି । ତାହାର ସ୍ଥିତି ବହୁତ ଖରାପ । ସେହି ଜେଲ୍ ରେ ଏକ ମାସ ଭିତରେ ଦୁଇଜଣଙ୍କର ମୃତ୍ୟୁ ହୋଇସାରିଲାଣି ତେଣୁ ସେ ଚାହୁଁଛନ୍ତି କି କିଛି ଅଘଟଣ ଘଟିବା ପୂର୍ବରୁ ସେ ଝିଅ ପାଖକୁ ଚାଲିଯିବେ । ତେଣୁ ଚେନ୍ନାଇର ଶ୍ରୀଲଙ୍କା ଦୁତାବାସଙ୍କ ସହ ସାକ୍ଷାତ କରିବା ପାଇଁ ଅନୁମତି ଦେବାକୁ ସେ ସରକାରଙ୍କ ଅନୁରୋଧ କରିଛନ୍ତି । ଏହା ସହ ଆବଶ୍ୟକ ପଡିଲେ ପ ର୍ଯ୍ୟପ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *