ଶ୍ରୀ ଲିଙ୍ଗରାଜ ଆଗରୁ ବର୍ଷା ଧୋଇନେଲା ମୂରୁଜ , ପୁଣି ଆଙ୍କିଦେଲେ ଶ୍ୱେତା ଓ ମନିଷା ।
1 min readଭୁବନେଶ୍ୱର ; ଶୁକ୍ରବାର ମହାଶିବରାତ୍ରୀ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ଆଗରେ ମୂରୁଜରେ ପୁରା ଅବିକଳ ଶିବ ପାର୍ବତୀ ଆଙ୍କିଦେଇଛନ୍ତି ୨ ଝିଅ ମନିଷା ଓ ଶ୍ୱେତା । ସକାଳ ୯ ଟାରୁ ଆରମ୍ଭ କରି ସନ୍ଧ୍ୟା ୬ଟା ଯାଏ ଗୋଟିଏ ସ୍ଥାନରେ ବସି ଚିତ୍ର ଆଙ୍କିବା ଏତେ ସହଜ କଥା ନୁହଁ । ଏନେଇ ଯେତେବେଳେ ଆମ ରିପୋର୍ଟର ଦୁଇ ଝିଅଙ୍କୁ ପଚାରିଥିଲେ ସେ କହିଥିଲେ ଯେ ଭଗବାନ ଭୋଳାନାଥଙ୍କ ଆର୍ଶୀବାଦ୍ରୁ ଆମକୁ କିଛି କଷ୍ଟ ଜଣାପଡିନାହିଁ । କିନ୍ତୁ ପ୍ରଥମେ ଆଙ୍କିଥିବା ମୂରୁଜ ବର୍ଷା କାରଣରୁ ଧୋଇଯାଇଥିଲା ଆମକୁ ପୁଣି ଆଙ୍କିବାକୁ ପଡିଲା । ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ଦୁଇ ଝିଅ ମନିଷା ଶ୍ୱେତା କୌଣସି ଏକ୍ସପର୍ଟର୍ ନୁହନ୍ତି , ଦୁହେଁ ୟୁଟ୍ୟୁବ୍ ଦେଖି ହିଁ ୨ ବର୍ଷ ହେବ ଏଭଳି ଅଭିନବ ପ୍ରୟାସ କରିଛନ୍ତି ।