Pratidin TV

Odisha's Digital News Platform

ଘରକୁ ବାହାରକୁ ଯାଇଥିଲା ବୋଲି ନାବାଳିକା ଝିଅକୁ ପିଟିପିଟି ମାରି ପୋତିଲା ନୃଶଂସ ବାପା

1 min read

ନାବାଳିକା ଝିଅକୁ ଘରେ ନ ପାଇ ରାଗରେ ପିଟିପିଟି ମାରିଦେଲା ବାପା | ଝିଅଟିର ହତ୍ୟାକାରୀ ଆଉ କେହି ନୁହେଁ ନିଜ ବାପା ଥିଲା | ଝିଅକୁ ମାରି ମାରି ହତ୍ୟା କରିଥିଲା | ପରେ ଆଇନରୁ ରକ୍ଷା ପାଇବା ପାଇଁ ଝିଅର ଶବକୁ ମାଟିରେ ପୋତିଦେଇଥିଲା | ଅଭିଯୁକ୍ତ ସହ ଆଉ ୫ ଜଣ ସହଯୋଗ କରିଥିଲେ | ୩ ଦିନ ପରେ ପୋଲିସ ଏହି ଘଟଣାର ଖୁଲାସା କରି ୫ ଜଣଙ୍କୁ ଗିରଫ କରିଥିଲା | କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛି |

ପ୍ରାୟ ୩ ଦିନ ପୂର୍ବେ ପାଲାମୁ ଜିଲ୍ଲାରେ ମାଟିରେ ପୋତି ଦିଆଯାଇଥିବା ୧୬ ବର୍ଷୀୟ ନାବାଳିକା ମୃତଦେହକୁ ପୋଲିସ ଶୁକ୍ରବାର ଦିନ ମୃତଦେହକୁ ବାହାର କରି ଉଦ୍ଧାର କରିଥିଲେ | ରାଞ୍ଚି ଠାରୁ ପ୍ରାୟ ୧୭୫ କିଲୋମିଟର ଦୂରରେ ଥିବା ଚେନପୁର ପୋଲିସ ଷ୍ଟେସନ୍ରୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି |

Advertisement

ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ କହିବାନୁଯାୟୀ, କିଛି ଦିନ ପୂର୍ବେ ଅଭିଯୁକ୍ତ ବାପା ଝିଅକୁ ଘରେ ନ ପାଇ ରାଗି ଯାଇଥିଲେ | ଫେରିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା | ରାଗରେ ମଦ୍ୟପ ବାପା ନିଜ ନାବାଳିକା ଝିଅକୁ ପିଟାପିଟି ହତ୍ୟା କରିଥିଲା | ପରେ କିଛି ଗ୍ରାମବାସୀଙ୍କ ସହାୟତାରେ ମୃତ ନାବାଳିକାକୁ ପୋତିଦିଆଯାଇଥିଲା ବୋଲି ପୋଲିସକୁ କହିଥିଲେ | ପରେ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପରୀକ୍ଷା ପାଇଁ ମେଦିନୀରାଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା | ଏହି ମାମଲାରେ ୫ ଜଣ ଅପରାଧୀ ବାପାକୁ ପ୍ରକୃତ ଦାୟୀ ବୋଲି କହିଥିଲେ | କିନ୍ତୁ ଏପର୍ଯ୍ୟ୍ତ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି |

Leave a Reply

Your email address will not be published. Required fields are marked *