Pratidin TV

Odisha's Digital News Platform

୨ ଘଣ୍ଟାରେ ବଦଳାଇଥିଲା ୩ ରୂପ…..ଆସିଲା ବେଙ୍ଗାଲୁରୁ ବିସ୍ପୋରଣର ଅଭିଯୁକ୍ତଙ୍କ ଆଉ ଗୋଟେ ଫୁଟେଜ

1 min read

ବେଙ୍ଗାଲୁରୁ ବିସ୍ପୋରଣ ମାମଲା | ମାମଲାରେ ଆଉ ଏକ ଖୁଲାସା ହୋଇଛି | ଏହି ମାମଲାରେ ସାମ୍ନାକୁ ଆସିଥିବା ଅଭିଯୁକ୍ତ ଜଣକ ଅଭିଯୁକ୍ତ ୨ ଘଣ୍ଟା ମଧ୍ୟରେ ପୋଷାକ ବଦଳାଇଥିବାର ସିସିଟିଭି ଫୁଟେଜରୁ ଜଣାପଡିଛି | ଅଭିଯୁକ୍ତର ୩ ପ୍ରକାର ଭିନ୍ନ ଭିନ୍ନ ରୂପ ବଦଳାଇଥିବାର ଦେଖିବାକୁ ମିଳିଥିଲା |

ଗୁପ୍ତଚର ଏଜେନ୍ସି ଅନୁଯାୟୀ, ରାମେଶ୍ୱରମ କ୍ୟାଫେ ବିସ୍ପୋରଣ ବହୁତ ବଡ ଯୋଜନା ସହ କରାଯାଇଥିଲା | ଆତଙ୍କବାଦୀ ଟିପରନା ପରେ ମଧ୍ୟ ଅଭିଯୁକ୍ତ ତତ୍ପର ନ ହୋଇ ଥଣ୍ଡା ମୁଣ୍ଡରେ ସେଠାରୁ ବାହାରି ଯାଉଥିବାର ଦେଖିବାକୁ ମିଳିଥିଲା | ରମେଶ୍ୱରମ୍ କାଫେ ବିସ୍ଫୋରଣ ହେବାର ୧ ସପ୍ତାହ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଧରାଯାଇପାରି ନାହିଁ। ସନ୍ଦିଗ୍ଧ ମାସ୍କ ବିସ୍ଫୋରଣକାରୀ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ଏନଆଇଏ ଘୋଷଣା କରିଛି।

Advertisement

Leave a Reply

Your email address will not be published. Required fields are marked *