Pratidin TV

Odisha's Digital News Platform

ପିକଅପ ଭ୍ୟାନ୍ ସହ ବାଇକ ଧକ୍କାରେ ବାଇକ ଚାଳକ ମୃତ ଅନ୍ୟଜଣେ ଗୁରୁତର

1 min read

ବୋଲେରୋ ପିକଅପ ଭ୍ୟାନ୍ ସହ ବାଇକ ମୁହାଁମୁହିଁ ଧକ୍କା | ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଆରୋହୀ ଗୁରୁତର ହୋଇଥିଲେ | ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ କୁକୁଡ଼ା ଫାର୍ମ ନିକଟରେ ଘଟିଛି | ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡକାରଖାନା ନେଇଥିଲା |

ତେବେ ସୂଚନା ମୁତାବକ, ଲକ୍ଷ୍ମୀଧର ଓ ଜାହିର ଉଭୟ ବାଇକ ଯୋଗେ ନିଜ ଗ୍ରାମରୁ କୌଣସି ଏକ କାମରେ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ଭେଟନଇ ନିକଟରେ ବିପରୀତ ଦିଗରୁ ଆସୁଥିବା ଚିତ୍ରାଳୟ ବୋଲେରୋ ପିକଅପ ଭେନ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ସ୍ଥାନିୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଡାକ୍ତର ଲକ୍ଷ୍ମୀଧର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଗୁରୁତର ଜାହିରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ମୃତକ ନୟାଗଡ଼ ସିନ୍ଦିରିଆ ଅଞ୍ଚଳର ଲକ୍ଷ୍ମୀଧର ମହାପାତ୍ର ହୋଇଥିବା ବେଳେ ଗୁରତର ବ୍ୟକ୍ତି ଜାହିର ହାଜରା ହୋଇଥିବା ସୂଚନା ମିଳିଥିଲା l ସୂଚନା ପାଇ କୋଟିନଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Advertisement

Leave a Reply

Your email address will not be published. Required fields are marked *