Pratidin TV

Odisha's Digital News Platform

ପିଟି ହେଲା ୨ ବାଇକ ଟାଙ୍କିରୁ ପେଟ୍ରୋଲ ବାହାରି ଲାଗିଲେ ନିଆଁ

1 min read

ଦୁଇ ବାଇକ ମୁହାଁ ମୁହିଁ ଧକ୍କା | ହୁତୁ ହୁତୁ ଜଳିଗଲା ଦୁଇ ବାଇକ |ଜଣେ ଗୁରୁତରଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ସୂଚନା ମୁତାବକ, ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ଭଣ୍ଡାରିପୋଖରୀ ଥାନାଧିନ ପାଳଦା ବାଙ୍କ ନିକଟରେ ଭଦ୍ରକ ଆଡୁ ଆସୁଥିବା ବାଇକକୁ ପଛପଟୁ ଆଉ ଏକ ବାଇକ ଧକ୍କା ଦେଇଥିଲା | ଫଳରେ ପେଟ୍ରୋଲ ଟାଙ୍କିରୁ ବାହାରି ନିଆଁ ଲାଗିଯାଇଥିଲା | ଫଳରେ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଏକ ବାଇକରେ ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଦୁର୍ଘଟଣା ଘଟିଥିବା ଦୁଇ ବାଇକ ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ ବାଇକ ଦୁଇଟିକୁ ଚିହ୍ନିବା କଷ୍ଟକର ହୋଇପଡିଛି |ତେବେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା |

Advertisement

Leave a Reply

Your email address will not be published. Required fields are marked *