Pratidin TV

Odisha's Digital News Platform

ଗାଈକୁ ନେବାକୁ ଆସିଲା ହେଲିକେପ୍ଟର…..ଭିଡ଼ିଓ ଭାଇରାଲ ପରେ ଆଶ୍ଚର୍ଯ୍ୟ ହେଲେ ଲୋକେ

ଆପଣ କେବେ ଉଡୁଥିବା ଗାଈକୁ ଦେଖିଛନ୍ତି କି ? କିମ୍ବା ଆପଣ କେବେ ଦେଖିଛନ୍ତି କି ହେଲିକେପ୍ଟରରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯିବା | ଏପରି ଦୃଶ୍ୟ ଜମା ସାଧାରଣ ନୁହେଁ | କିନ୍ତୁ ନିକଟରେ ସ୍ୱିଜରଲ୍ୟାଣ୍ଡରେ ଏହିପରି କିଛି ଦୃଶ୍ୟ ଡ଼ସକହିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଗୋଟେ ଗାଈକୁ ନେବା ପାଇଁ ଏଠାରେ ହେଲିକେପ୍ଟର ଆଣାଯାଇଥିଲା | ଯାହାକୁ ଗାଈକୁ ଉଡାଇ ନେବା ପାଇଁ ଅଣାଯାଇଥିଲା |

ଏହି ଘଟଣା ସୁନୁଇଁବ ବା ଦେଖିବା ପରେଯେ କେହି ହସିବା ଆରମ୍ଭ କରିବେ, କିନ୍ତୁ ଏହା ପଛରେ ଥିବା ସତ୍ୟ ଜାଣିବା ପରେ ପ୍ରଶଂସା କରିବା ଆରମ୍ଭ କରିଦେବେ | ପ୍ରକୃତରେ କହିବାକୁ ଗଲେ, ଗାଈ ଅସୁସ୍ଥ ଥିବା ଯୋଗୁଁ ଚିକତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଏପରି କିଛି କରାଯାଇଥିଲା | କେୟାର ପଶୁ ଚିକତ୍ସାଳୟ ପକ୍ଷରୁ ଗାଈକୁ ଚିକତ୍ସା କେନ୍ଦ୍ରକୁ ନେବା ପାଇଁ ଏହି ସୁବିଧା ପ୍ରଦାନ କରାଯାଇଥିଲା |

ଏହାର ଏକ ଭିଡ଼ିଓ ବହୁ ଭାଇରାଲ ହେବାରେ ଲାଗିଥିଲା | ଏହା ହେବ ପରେ ବହୁ ଲୋକମାନେ ଏହା ଉପରେ କମେଣ୍ଟ ଦେବା ଆରମ୍ଭ କରିଥିଲେ | ସେଥିମଧ୍ୟରୁ ଜଣେ ଲେଖିଥିଲା ମୁ ଭାବି ମଧ୍ୟ ପାରୁନି କେମିତି ଅନୁଭବ ହେବ ଯଦି କେହି ଅଜଣା ବ୍ୟକ୍ତି ଆସି ମତେ ବିମାନରେ ଉଡାଇବା ଆରମ୍ଭ କରିବେ |

ଏହା ସହିତ ଅନେକ ଲୋକ ଏହା ମଧ୍ୟ ଲେଖିଛନ୍ତ୍ତି ଯେ, ଗାଈକୁ ଏହି ପରି ବାନ୍ଧି ଟାଙ୍ଗିବା ଦ୍ୱାରା କେତେ ଅସୁବିଧା ହେଉଥିବା ଗାଈକୁ | ଅନେକ ଲୋକ ଗାଈର ମାନସିକତାଅବସ୍ଥା ଉପରେ ପ୍ରଶ୍ନ ମଧ୍ୟ କରିଥିଲେ | ଅନେକ ଲୋକ ଏହାକୁ ପଶୁ ନିର୍ଦ୍ଦୟ ମଧ୍ୟ କହିଥିଲେ | ଆଉ କେତେକ ପଶୁ ଚିକତ୍ସା କେୟାରଙ୍କ ପଦକ୍ଷପକୁ ପ୍ରଶଂସା କରିଥିଲେ |

Leave a Reply

Your email address will not be published. Required fields are marked *