Pratidin TV

Odisha's Digital News Platform

ଅଧରାତିରେ ହୋଣ୍ଡା ସୋ-ରୁମ୍ ଖାଲି କରିଦେଲେ ଲୁଟେରା ।

1 min read

କେନ୍ଦ୍ରାପଡ଼ା : ରାତି ଅଧରେ ପଶି ହୋଣ୍ଡା ସୋ ରୁମ୍ ଖାଲି କରିଦେଲା ଜଣେ ଲୁଟେରା । ଡେରାବିଶ ବ୍ଲକ ଚାନ୍ଦୋଳ ବଜାର ରେ ଥିବା ଏବି ଅଟୋ ମୋବାଇଲ ହୋଣ୍ଡା ସୋ ରୁମ ରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଜଣେ ଲୁଟେରା ପଶି କଳାକନା ବୁଲାଇଛି ।

ସୋ ରୁମ ମାଲିକ ସୋ ରୁମ ଅଫିସ ଭିତରେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଯାଇଛି । ଲୁଟେରା ଜଣକ ଅଦାରାତିରେ ସୋ ରୂମ ଗ୍ରିଲ କୁ କଟର ମାଧ୍ୟମ ରେ କାଟି ସୋ ରୁମ ରେ ପଶି ଡ୍ର ରୁ ଏକ ଲକ୍ଷ୍ୟ ପନ୍ଦର ହଜାର ଟଙ୍କା, ଦୁଇଟି ମୋବାଇଲ, ଦୁଇଟି କମ୍ପୁଟର ମନିଟର ଆଦି ଲୁଟ କରି ଚାଲିଯାଇଥିଲେ । କିନ୍ତୁ ସେଠାରେ ଶୋଇଥିବା ମାଲିକ ଏ ବିଷୟରେ କିଛି ଜାଣିପାରିନଥିଲେ । ଲୁଟ ର ସିସି ଟିଭି ଫୁଟେଜ ସୋ ରୁମ କ୍ୟାମେରା ରେ କଏଦ ହୋଇଛି ।

Advertisement

ଏନେଇ ସୋ ରୁମ ର ମାଲିକ ଚାନ୍ଦୋଳ ଫାଣ୍ଡି ରେ ଅଭିଯୋଗ କରିଛନ୍ତି । ଚାନ୍ଦୋଳ ଫାଣ୍ଡି ପୋଲିସ ଘଟଣା କୁ ଗୁରୁତର ସହ ନେଉ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *