Pratidin TV

Odisha's Digital News Platform

ବାଧିଲା ୨ ଝିଅଙ୍କ କଥା , ସର୍ମ୍ପକର ଲଢେଇରେ ଭାଙ୍ଗିପଡିଲେ କୃଷ୍ଣ ।

1 min read

ଦିନେ ଲୋକଙ୍କୁ ବୁଝାଉଥିଲେ ଆଜି ନିଜେ ଦୁଃଖରେ ଅଛନ୍ତି ମହାଭାରତର ‘ଶ୍ରୀକୃଷ୍ଣ’ନୀତୀଶ ଭରଦ୍ୱାଜ ଝିଅର କଥା ଶୁଣି ମହାଭାରତର ‘ଶ୍ରୀକୃଷ୍ଣ’ଙ୍କ ଆଖିରୁ ଝରିଲା ଲୁହ । କହିଲେ ମତେ ବାପା ଡାକିବାକୁ ଘୃଣା କରୁଛନ୍ତି ମୋ ୨ ଝିଅ ।

ନିଜ ପାରିବାରିକ ମାମଲାକୁ ନେଇ କିଛି ମାସ ହେବ ଚର୍ଚ୍ଚାରେ ରହିଆସିଛନ୍ତି ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା କଳାକାର ନିତିଶ ଭରଦ୍ୱାଜ । ଥମୁନି ମହାଭାରତର ଶ୍ରୀକୃଷ୍ଣ ନୀତିଶ ଭରଦ୍ୱାଜଙ୍କ ଘରୋଇ କଳି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସ୍ମିତାଙ୍କ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିବା ପରେ ନିକଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅଭିନେତା ନୀତୀଶ ଭରଦ୍ୱାଜଙ୍କ ବ୍ୟକ୍ତିଗତ ଘରେ ଏକ ଗୃହଯୁଦ୍ଧ ଚାଲିଛି, ନିଜ ପରିବାର ଏବଂ ସେମାନଙ୍କ ସମ୍ପର୍କକୁ ନେଇ ଭିତିରି କଥା କହିଛନ୍ତି । ସେ ନିଜର ଯନ୍ତ୍ରଣା ମିଡିଆ ସାମ୍ନାରେ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ କିପରି ତାଙ୍କ ଝିଅମାନେ ତାଙ୍କ ସହ ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଅନ୍-ସ୍କ୍ରିନ୍ ସମ୍ପର୍କକୁ ନେଇ ଶ୍ରୀକୃଷ୍ଣ ଅନେକ ଯୁଦ୍ଧ ଲଢିଛନ୍ତି ଏବଂ ସମ୍ପର୍କ ଦ୍ୱାରା ହିଁ ଅନେକ ଯୁଦ୍ଧ ଜିତିଛନ୍ତି । କିନ୍ତୁ, ବାସ୍ତବ ଜୀବନରେ ସେ ଏକ ଗୃହଯୁଦ୍ଧରେ ଛନ୍ଦି ହୋଇପଡିଛନ୍ତି । ଦ୍ୱିତୀୟ ବିବାହ ପରେ ୨ କନ୍ୟା ସନ୍ତାନ କରିଥିଲେ, କିନ୍ତୁ ପରେ ଦିନେ ସବୁକିଛି ଓଲଟପାଲଟ ହୋଇଗଲା । ବର୍ତ୍ତମାନ ନୀତୀଶ ଏକ କଠିନ ରାସ୍ତା ଦେଇ ଗତି କରୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଝିଅମାନଙ୍କ ବିଷୟରେ କହିଛନ୍ତି ଯେଉଁଥିରେ ତାଙ୍କର ଯନ୍ତ୍ରଣା ସ୍ପଷ୍ଟ ବାରି ହୋଇଯାଉଛି । ନୀତୀଶ ଭରଦ୍ୱାଜ ତାଙ୍କ ଆଇଏଏସ୍ ପତ୍ନୀ ସ୍ମିତାଙ୍କଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି ।

Advertisement

୨୦୧୯ ଠାରୁ ଉଭୟ ଅଲଗା ରହୁଛନ୍ତି । କିଛି ଦିନ ପୂର୍ବରୁ ନୀତୀଶ ଭରଦ୍ୱାଜ ତାଙ୍କ ପତ୍ନୀଙ୍କ ବିରୋଧରେ ପୋଲିସ୍ ଅଭିଯୋଗ ଆଣିଥିଲ ଯେ ତାଙ୍କୁ ତାଙ୍କ ପତ୍ନୀ ମାନସିକ ସ୍ତରରେ ନିଯ୍ୟାତନା ଦେଉଛନ୍ତି, ଏହି କାରଣରୁ ଉଭୟ ଝିଅ ମଧ୍ୟ ଅସନ୍ତୋଷ ଅଛନ୍ତି । ତାଙ୍କ ପତ୍ନୀଙ୍କ ମଧ୍ୟରେ ଅଲଗା ହେବା କାରଣରୁ ତାଙ୍କର ଉଭୟ ସନ୍ତାନ ମଧ୍ୟ ତାଙ୍କଠାରୁ ଦୂରେଇ ।ଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ୧୧ ବର୍ଷର ଝିଅ ମୋତେ କହିଛନ୍ତି, ‘ମୁଁ ଆପଣଙ୍କୁ ପାପା ବୋଲି ଡାକିବାକୁ ଘୃଣା କରେ, ମୁଁ ଆପଣଙ୍କୁ ଘୃଣା କରେ,’ ଏହା ହେଉଛି ସେହି କଥା ଯାହା ମୋ ଝିଅ ମୋତେ କହିଛି । ଏହା ଶୁଣିବା ପରେ ମୋ ପାଦ ତଳୁ ମାଟି ଖସିଗଲା ।

Leave a Reply

Your email address will not be published. Required fields are marked *