Pratidin TV

Odisha's Digital News Platform

ବାଣୀ ବିହାର କ୍ୟାମ୍ପସ ଭିତରୁ ବଡ ଲୁଟ୍‌. କ୍ୱାଟର୍ସର ତାଲା ଭାଙ୍ଗି ନେଇଗଲେ ଟଙ୍କା ଓ ୫ ଲକ୍ଷର ସୁନା ।

1 min read

ଭୁବନେଶ୍ୱର ; ପୁଣି ରାଜଧାନୀରେ ମାତିଲେ ଲୁଟେରା । ଆପାର୍ଟମେଣ୍ଟ ଲୁଟେରାଙ୍କ ପରେ ଏବେ କ୍ୟାମ୍ପସ୍ ଲୁଟେରାଙ୍କ କୋକୁଆଭୟ । ମହାଶିବରାତ୍ରୀ ଆଳରେ ବାଣୀ ବିହାର କ୍ୱାଟର୍ସରେ କଳାକନା ବୁଲାଇଦେଇଛନ୍ତି ଲୁଟରେ । ଦୁର୍ବୃତ୍ତ ଘର ଲକ୍ ଭାଙ୍ଗି ୨ ଲକ୍ଷ ଟଙ୍କା ସହ ୫ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ଘର ମାଲିକ ଜଣଙ୍କ ସହିଦ୍ ନଗର ଥାନାରେ ଅଭିଯୋଗ ଆଣିଛନ୍ତି ।

ତେବେ ଚୋର ଯେତେ ସାତିର ବା ଚାଲାକ୍ ହେଉନା କାହିଁକି , ସେ ଚୋରି କରିବା ପରେ ନିଜ ପଛରେ କିଛିନା କିଛି ଚିହ୍ନ ବା ପ୍ରମାଣ ଛାଡିଯାଏ । ଠିକ୍ ଏପରି ଘଟଣା ଘଟିଛି ବାଣୀ ବିହାର କ୍ୟାମ୍ପସ କ୍ୱାଟର୍ସରେ । ଚୋର ଚୋରୀ କରିବା ପରେ ନିଜର ଏକ ଲେଦର ବ୍ୟାଗ୍ ଭୁଲ ବସତ ଛାଡି ପଳାଇଛି । ତେବେ ସେହି ଲେଦର ବ୍ୟାଗ୍ ଆଧାରରେ ପୋଲିସ ତଦନ୍ତ ଚଳାଇଛଥିବା ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *