Pratidin TV

Odisha's Digital News Platform

ଝିଅ ଘରୁ ଫେରି ବିଷ ପିଇଦେଲେ ବାପା-ମା ।

କଟକ ; ପୁଅର ବିନା ଅନୁମତିରେ ନବ ବିବାହିତା ଝିଅ ଘରକୁ ଯିବା ହେଲା କାଳ ଝିଅ ଘରୁ ଫେରି ବିଷ ପିଇ ଜୀବନ ହାରିଦେଲେ ବୃଦ୍ଧ ବାପା ମା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ସୋନିଆ ସାହିରେ ।

ସୂଚନାଯୋଗ୍ୟ ମାଣିଆବନ୍ଧ ସୋନିଆ ସାହିର ନିତ୍ୟାନନ୍ଦ ମହାପାତ୍ର ଝିଅ କିଛି ଦିନ ତଳେ ଅନ୍ୟ ଜାତିରେ ଭଲପାଇ ବିବାହ କରିଥିଲେ । ପୁଅର ବିନା ଅନୁମତିରେ ଝିଅ ଘର କୁ ବୁଲିବାକୁ ଯାଇଥିଲେ ବାପା ମା ସେଠାକୁ ଯାଇ ଝିଅର ଭଲମନ୍ଦ ବୁଝି ଘରକୁ ଫେରି ଆସିଥିଲେ ଓ ରାତ୍ରି ରେ ପାରିବାରିକ କଳହ ରୁ ନିତ୍ୟାନନ୍ଦ ମହାପାତ୍ର (୬୪) ଓ ତାଙ୍କ ସ୍ତ୍ରୀ ଶାନ୍ତି ଲତା ମହାପାତ୍ର (୫୪) ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଖବର ପାଇ ଘଟଣା ସ୍ଥଳରେ ମାଣିଆବନ୍ଧ ଥାନା ପୋଲିସ ପହଞ୍ଚି ଶବ କୁ ଜବତ କରି ବଡ଼ମ୍ବା ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *