Pratidin TV

Odisha's Digital News Platform

ଚିନ୍ତା ବଢାଇଛି ତେଲ୍ ନଦୀ : ବଡ ବନ୍ୟା ନେଇ ଆଗୁଆ ସୂଚିତ କଲେ SRC

1 min read

ଭୁବନେଶ୍ୱର : ଅବପାତ ପ୍ରଭାବରେ ଛତିଶଗଡରେ ଲାଗି ରହିଛି ଲଗାଣ ବର୍ଷା । ଏନେଇ ଚିନ୍ତା ବଢାଇଲାଣି ତେଲ୍ ନଦୀର ଜଳ । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ୍ ନଦୀର ଜଳ ଏବେ ନିଦ ହଜାଇଦେଇଛି ପ୍ରଶାସନ ଆଖିରୁ । ଗତକାଲି ତେଲ୍ ନଦୀରୁ ଦେଢ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିଲା । କିନ୍ତୁ ଆଜି ତାହା ବଢି ସାଢେ ୫ ଲକ୍ଷ କ୍ୟୁସେକ୍ ରେ ପରିଣତ ହେଇଛି । ଉପରମୁଣ୍ଡରେ ହୀରାକୁଦକୁ ପ୍ରାୟ ୯ଲକ୍ଷ କ୍ୟୁସେକ୍ ଜଳ ପଶୁଛି । ଉପରମୁଣ୍ଡରେ ୯ଲକ୍ଷ ଓ ତେଲ୍ ନଦୀର ସାଢେ ୫ଲକ୍ଷ ଜଳ ପ୍ରବେଶ କରିବା ଦ୍ୱାରା ଏହା ଏକ ବଡ ତଥା ପ୍ରବଳ ବନ୍ୟାର ରୂପ ନେଇପାରେ । ଏହି ବଡ ବନ୍ୟାକୁ ଏଡାଇବା ପାଇଁ ଆଜି ହୀରାକୁଦରୁ ପ୍ରାୟ ୮ଟି ଗେଟ୍‌କୁ ବନ୍ଦ କରିଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି) ସୂଚନା ଦେଇଛନ୍ତି ।


ପୁରୀ ଓ ଜଗତସିଂହପୁର ବେଶି ପ୍ରଭାବିତ-

Advertisement

ତେବେ ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡିକ ପ୍ରଭାବିତ ହେବ । ଜଗତସିଂହପୁର ଓ ପୁରୀ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବ । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ୩୦ ରୁ ୪୦ ଭାଗ ପ୍ରଭାବିତ ହେବ । କଟକର ନିଶ୍ଚିନ୍ତକୋଇଲି ,ଆଠଗଡ ଏବଂ ବାଙ୍କୀରେ ଏହି ବଡ ବନ୍ୟାର ପ୍ରଭାବ ଦେଖାଦେବ । ଏହା ସହ ନୟାଗଡ କଣ୍ଟିଲୋ,ଭାପୁରା ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବ ।ସୋନପୁରର ବୀରମହାରାଜପୁ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଦେବ ।

ସହଯୋଗ ଲୋଡିଲେ ଏସ୍‌ଆର୍‌ସି –

ଏନେଇ (ଏସ୍‌ଆରସି) ପ୍ରଦୀପ ଜେନା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।ଏବଂ ରାତି ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ସେ । ହଠାତ୍ ଏପରି ପରିସ୍ଥତି ଦେଖାଦେବା ନେଇ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି । ତେବେ ଆସନ୍ତା କାଲି ସକାଳ ୯ଟା ସୁର୍ଦ୍ଧା ଉକ୍ତ ୮ଟି ଗେଟ୍‌କୁ ବନ୍ଧ କରାଦିଆଯିବ ବୋଲି ପ୍ରେସମିଟରେ ଆଜି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *