Pratidin TV

Odisha's Digital News Platform

ଗାଡ଼ିରୁ ଘୋଷାଡ଼ି ଆଣି ୩୫ ରାଉଣ୍ଡ ଗୁଳି କରି ମାରିଲେ

1 min read

ଗାଡ଼ିରେ ଶୋଇଥିଲେ ଟାଣି ଆଣି ଗୁଳି କରି ହତ୍ୟା କରିଦେଲେ | ତେବେ ହରିଆଣାର ମୃଥାଲରେ ଥିବା ଗୁଲଶନ ଢାବା ନିକଟରେ ଏହା ଘଟିଥିଲା | ଘଟଣାସ୍ଥଳରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା | ତେବେ ଢାବା ନିକଟରେ ଗାଡ଼ିକୁ ପାର୍କିଂ କରି ଜଣେ ମଦ ବ୍ୟବସାୟୀ ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ କାର୍‌ ଭିତରୁ ବାହରକୁ ଘୋଷାଡ଼ି ଆଣିଥିଲେ। ଏହାପରେ ସ୍ପଷ୍ଟ ଦିବାଲୋକରେ ସେମାନେ ମଦ ବ୍ୟବସାୟୀଙ୍କୁ ୩୫ ରାଉଣ୍ତ ଗୁଳି କରି ହତ୍ୟା କରିଥିଲେ। ଏହା ରବିବାର ସକାଳେ ଅଭାବନୀୟ ଘଟଣା ଘଟିଥିଲା |

ତେବେ ସୂଚନା ମୁତାବକ, ମୃତକ ମଦ ବ୍ୟବସାୟୀ ହେଲେ ସୁନ୍ଦର ମଲିକ | ତାଙ୍କ ବୟସ ୩୮ ବର୍ଷ | ସେ ସେ ଗୋହାନାର ସରଗଥାଲ ଗାଁରେ ରୁହନ୍ତି। ସେ ଧାଵା ନିକଟରେ ନିଜ କାର ପାର୍କ କରି ଶୋଇଥିଲେ | ଏହି ସମୟରେ ହଠାତ ଦୁଇ ଦୁର୍ବୁତ୍ତ ତାଙ୍କୁ ବାହାରକୁ ଘୋଷାଡ଼ି ଆଣି ତଳେ ପକେଇ ଦେଇ ତାଙ୍କୁ ଆଖି ବୁଜି ୩୫ ରାଉଣ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥଲା |

Advertisement

ସିସିଟିଭି ଫୁଟେଜ ଦେଖିବାକୁ ଗଲେ, ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୁନ୍ଦର ଜଣେ ଦୁର୍ବୃତ୍ତଙ୍କୁ ଜାବୁଡ଼ି ଧରିବା ସହ ତଳେ ପକାଇ ଦେଉଛନ୍ତି। ଏହି ସମୟରେ ଆଉ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଉଥିବାର ଦଦେଖିବାକୁ ମିଳିଥିଲା | ଗୁଳି ମାଡ଼ ହେବାପରେ ମଧ୍ୟ ସେ ପ୍ରଥମ ଆକ୍ରମଣକାରୀଙ୍କୁ ଧରି ରଖିଥିଲେ | ଏହା ଦେଖି ରାଗରେ ଦ୍ୱିତୀୟ ଅକ୍ରମଣକାରୀ ବ୍ୟବସାୟୀ ଉପରେ ଏକାଧିକ ଭାବରେ ଗୁଳି ମାଡ଼ କରିଚାଲିଲେ | ସେ ପ୍ରାୟ ୩୦ ରୁ ୩୫ ରାଉଣ୍ଡ ଗୁଳି ମାଡ଼ କରିଥିଲେ | ଗୁଳମାଡ଼ର ଶବ୍ଦ ଶୁଣି ଢାବା ମାଲିକ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପୁଲିସ୍‌ ପହଞ୍ଚିଲା ବେଳକୁ ୨ ଆକ୍ରମଣକାରୀ ସେଠାରୁ ଫେରାର ହୋଇ ଯାଇଥିଲେ।

ତେବେ ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଏବଂ ସିସିଟିଭି ଫୁଟେଜ ଦେଖି ଦୁର୍ବୁତାଙ୍କୁ ଖୋଜିବା ଆରମ୍ଭ କରିଛି | ଦୁର୍ବୁତାଙ୍କୁ ଧରିବା ପାଇଁ ପୋଲିସ ୮ଟି ଟିମ ଗଠନ କରିଛି | ହତ୍ୟା କରିବାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ |

Leave a Reply

Your email address will not be published. Required fields are marked *