Pratidin TV

Odisha's Digital News Platform

ପଛକୁ ପଛ ଆସୁଛି ଲଘୁଚାପ : ସତର୍କ କଲା ପାଣିପାଗ ବିଭାଗ

1 min read

ଭୁବନେଶ୍ୱର : ଓଡିଶାରେ ଗୋଟିଏ ପରେ ଗୋଟିଏ ଲଘୁଚାପ ନେଇ ଅଗଷ୍ଟମାସ ଆରମ୍ଭରୁ ଲାଗିରହିଛି ବର୍ଷା । ତେବେ ଏହି ଲଗାଣ ବର୍ଷା ପ୍ରଭାବରେ ଛତିଶଗଡର ଉପର ମୁଣ୍ଡରେ ପାଣି ହୀରାକୁଦ ମଧ୍ୟକୁ ପ୍ରବେଶ କରି ଏବେ ବନ୍ୟା ପରିସ୍ଥତି ସୃଷ୍ଟିର ଏକ କାରଣ ସାଜିଛି । ପୁନଶ୍ଚ ୧୭ ରୁ ବର୍ଷା ବଢିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ । ଏହା ୧୮ ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ଦେଖାଦେବ । ୧୭ ରୁ ବର୍ଷା ବଢିଲେ ଉପକୂଳ ଓ ଦକ୍ଷିଣ ଓଡିଶା ନଦୀ ଅବବାହିକାରେ ବୃଦ୍ଧି ପାଇବ ଜଳସ୍ତର। ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା। ଆଜି ପାଇଁ ୧୧ଟି ଜିଲ୍ଲାକୁ ରେଡ଼ ଓ୍ଵାର୍ଣ୍ଣିଂ ଓ ୧୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହା ପରେ ପୁଣି ଅଗଷ୍ଟ ୧୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।


୧୭ ତାରିଖ ସକାଳ ସାଢ଼େ ୮ଟାରୁ ୧୮ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଦୁଇ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisement


୧୮ ତାରିଖ ସକାଳ ସାଢ଼େ ୮ଟାରୁ ୧୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ବର୍ଷା ହୋଇପାରେ। ସେଥିପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।


ସେହିଭଳି ୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ବରଗଡ଼, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସିବୁ ଜିଲ୍ଲା ୧୨ରୁ ୨୦ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *