Pratidin TV

Odisha's Digital News Platform

ଓସ୍କାର ଆୱାର୍ଡ : ରେଡ କାର୍ପେଟରେ ଖସି ତଳେ ପଡିଗଲେ ଅଭିନେତ୍ରୀ , ଭିଡିଓ ହେଲା ଭାଇରଲ ..

1 min read

ଓସ୍କାର ପୁରସ୍କାର ସମାରୋହରେ ରେଡ କାର୍ପେଟରେ ଖସିପଡିଲେ ଅଭିନେତ୍ରୀ । କ୍ୟାମରାରେ କଏଦ ହେଲା ଦୃଶ୍ୟ । ଯାହା ଏବେ ବେଶ୍ ଭାଇରଲ ହେବାରେ ଲାଗିଛି । ଚଳିତବର୍ଷ ୯୬ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ମଧ୍ୟ ବିଜେତାଙ୍କ ନାମ ଘୋଷଣା ସରିଛି । ହେଲେ ଏହି ପୁରସ୍କାର ସମାରୋହରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଏହି ପୁରସ୍କାର ସମାରୋହରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ରେଡକର୍ପେଟରେ ନିଜର ଜଲୱା ଦେଖାଇଥିଲେ । ଠିକ୍ ଏହି ସମୟରେ ହଲିଉଡ ଅଭିନେତ୍ରୀ ଲିଜା କୋଶୀ ରେଡ କାର୍ପେଟରେ ପୋଜ ଦେବା ବେଳେ ପଡ଼ିଯାଇଛନ୍ତି ।

ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଓସ୍କାର ରେଡ କାର୍ପେଟରେ ଲିଜା କୁସି ଏକ ଲାଲ ରଙ୍ଗର ଲମ୍ବା ଗାଉନରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଯେତେବେଳେ ସିଏ କ୍ୟାମରା ଆଗରେ ପୋଜ୍ ଦେଇଥିଲେ । ଠିକ୍ ସେତିକିବେଳେ ତାଙ୍କ ପାଦ ଖସିଯାଇଥିଲା ଆଉ ସେ ତଳେ ପଡିଯାଇଥିଲେ । ଏହାପରେ ବି ଅଭିନେତ୍ରୀ ହସି ଦେଇ ସମାରୋହକୁ ସମ୍ଭାଳିଥିଲେ ।

Advertisement

ଏବଂ ସେହି ବସିରହିଥିବା ଅବସ୍ଥାରେ ବି ସେ ପୋଜ ଦେଇଥିଲେ । ଏହା ପରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଥିଲେ ଯେ, ଓସ୍କାରରେ ଆସିବାକୁ ଏତେ ଉତ୍ସାହିତ ଥିଲି ଯେ ରେଡ କାର୍ପେଟରେ ମୁଁ ପଡିଗଲି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ଅଭିନେତ୍ରୀଙ୍କ ଏହି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି । ଲିଜା କୁଶୀ ହେଉଛନ୍ତି ହଲିଉଡର ଲୋକପ୍ରିୟ ଅଭିନେତ୍ରୀ । ଏହାସହ ସେ ଜଣେ ୟୁଟ୍ୟୁବର ମଧ୍ୟ । ସେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପ୍ଲେୟର୍ସ’ରୁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *