Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା , ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଅଧିନିୟମ …

1 min read

ଲୋକସଭାନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା । ଆଜିଠାରୁ ଦେଶରେ ଲାଗୁହେଲା ନାଗରିକତା ସଂଶୋଧନ ଅଧିନିୟମ । ସରକାର ଏହାକୁ ନେଇ ଏକ ବିଜ୍ଞପ୍ତି ଜାରୀ କରିଛନ୍ତି । କେନ୍ଦ୍ର ସରାକର ବିଜ୍ଞପ୍ତି ଜାରୀ କରିବା ପରେ ପୁରା ଦେଶରେ ଏହି ନିୟମ ଲାଗୁ କରାଯାଇଛି । ସିଏଏ ପାଞ୍ଚ ବର୍ଷ ତଳୁ ସଂସଦରେ ପାରିତ ହୋଇସାରିଛି ।

ଏବେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ସିଏଏ ଲାଗୁ କରିଛନ୍ତି । ସିଏଏ ଅଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ , ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡିତ ହୋଇ ଭାରତରେ ରହୁଥିବା ହିନ୍ଦୁ , ଜୈନ , ଶିଖ୍ , ବୌଦ୍ଧ , ପାର୍ସି ଓ ଖ୍ରୀଷ୍ଟିଆନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ଏହି ଆଇନକୁ ୨୦୧୯ ରେ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳି ସାରିଛି । କିଛିଦିନ ତଳେ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନାଗରିକ ସଂଶୋଧନ ବିଲ୍ ଲାଗୁ ନେଇ ସ୍ପଷ୍ଟ କରିଥିଲେ । ସେ ଘୋଷଣା କରିଥିଲେ କି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ।

Advertisement

Leave a Reply

Your email address will not be published. Required fields are marked *