Pratidin TV

Odisha's Digital News Platform

ସଫଳ ହେଲା ଅଗ୍ନି-୫ର ପରୀକ୍ଷଣ , ଥରରେ କମ୍ପିଲାଣି ଚୀନ ..

1 min read

ଓଡିଶାର ଡିଆରଡିଓ ରଚିଲା ଇତିହାସ । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଯୋଡିହେଲା ଆଉ ଏକ ସଫଳତା । ଅଗ୍ନି-୫ର ହେଲା ସଫଳ ପରୀକ୍ଷଣ । ପ୍ରତିରକ୍ଷା କ୍ଷେତ୍ରରେ ବିରଳ କ୍ଲବରେ ସାମିଲ ହୋଇଛି ଭାରତ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଡିଆରଡିଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ବାଲେଶ୍ୱର ଅବଦୁଲ୍ କାଲାମ ଦ୍ୱୀପରେ ସଫଳ ପରୀକ୍ଷଣ ହୋଇଛି ।

ତେବେ ସ୍ୱଦେଶୀ ରୁପେ ବିକଶିତ ହୋଇଥିବା ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ୨୫ତମ ଭର୍ସନର ପରୀକ୍ଷଣ ସଫଳ ହୋଇଛି । ଏହା ଭୃପୃଷ୍ଠରୁ ଭୃପୃଷ୍ଠକୁ ନିକ୍ଷେପ ଆର୍ନ୍ତଦେଶୀୟ ବାଲିଷ୍ଟିକ୍ ମିସାଇଲ୍ । ୫ ହଜାର କିମି ଯାଏ ଲକ୍ଷ୍ୟଭେଦ କ୍ଷମତା ରହିଛି । ଅଗ୍ନି-୫ ମିସାଇଲ ଚୀନର ଯେକୌଣସି ସ୍ଥାନରେ ତାଣ୍ଡବ ରଚିବାକୁ ପୁରାପୁରି ସକ୍ଷମ ।ଏହା ୧.୫ ଟନ ଓଜନନର ଅଣୁ ଏବଂ ପରମାଣୁ ବହନ କରିବାର କ୍ଷମତା ରଖିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହା ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ତେବେ ଏହ ପରୀକ୍ଷଣର ସଫଳତା ପାଇଁ ଡିଆର୍ ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *