Pratidin TV

Odisha's Digital News Platform

ସରିଲା SIT ବୈଠକ , ନିର୍ବାଚନ ସମୟରେ ନିଶାଦ୍ରବ୍ୟ ଗିଫ୍ଟ କାରବାର ଉପରେ ରଖିବ କଡାନଜର ..

1 min read

ସରିଲା କଳାଧନ ସମ୍ପର୍କିତ ସ୍ୱତନ୍ତ୍ର ବୈଠକ । କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ନିର୍ବାଚନ ସମୟରେ ଅସାଧୁ ଉପାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପ୍ରସଙ୍ଗକୁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ନିଶା କାରବାର ଏବଂ ନିୟନ୍ତ୍ରଣ ଉପରେ ବିଶେଷ ଆଲୋଚନା କରାଯାଇଛି । ‘ନିର୍ବାଚନ ବେଳେ ନେତା ମାନେ ଭୋଟ ହାତେଇବା ପାଇଁ ଦେଇଥାନ୍ତି ନିଶା ଉପହାର ଦେଉଛନ୍ତି । ହେଲେ ଚଳିତ ଥର ନିର୍ବାଚନରେ ରହିବ କଡା ନଜର । ଦେଶରେ ଏବେ ବିପୂଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି ।

ଦେଶରେ ୫ ଟି ରାଜ୍ୟରେ ନିର୍ବାଚନ ସମୟରେ ବହୁ ପରିମାଣର ନିଶା ଦ୍ରବ୍ୟ ଚଢାଉ କରି ଜବତ କରାଯାଇଥିଲା । ତେବେ ଏସବୁ ଦେଖିଲେ ନିର୍ବାଚନ ସମୟରେ ଏସବୁ ର ବହୁଳ ବ୍ୟବହାର ହେଉଛି । ଅନେକ ସମୟରେ ଦେଖାଯାଉଛି ଭୋଟରଙ୍କୁ କ୍ୟାସ୍ ପରିବର୍ତ୍ତେ ଗୋଲ୍ଡ ଗିଫ୍ଟ ଓ ଅନ୍ୟାନ୍ୟ ଆସେଟ ଅନଲାଇନ୍ ଜରିଆରେ ପ୍ରଲୋଭିତ କରାଯାଉଛି ।

Advertisement

ବିଶେଷ କରି ଗିଫ୍ଟ କୁପନ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ନେତା । ତେବେ ଏହି ବୈଠକରେ ଅଧିକାରୀ ମାନଙ୍କୁ ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏବଂ କିଛି କ୍ଷେତ୍ରରେ ଆଇନର ପରିବର୍ତ୍ତନ ଆବଶ୍ୟକ ପଡୁଛି । ସେହିଭଳି ଶିକ୍ଷାନୁଷ୍ଠାନ ଜରିଆରେ ବେଆଇନ ଟଙ୍କା କାରବାର ହେଉଥିବା ନେଇ ବୈଠକରେ ଆଲୋଚନା ହୋଇଛି । ସବୁଠାରୁ ବଡ଼ କଥା ହେଲା କିଛି କ୍ଷେତ୍ରରେ ଆଇନର ପରିବର୍ତ୍ତନ ଆବଶ୍ୟକ ରହୁଛି ।” ସେହିପରି ଭିଜିଲାନ୍ସ କରିଥିବା ମାମଲାର ବିବରଣୀ ଇନକମଟ୍ୟାକ୍ସ ଏବଂ ଇଡିକୁ ଦେବାକୁ ପରାମର୍ଶ ଦିଆଯାଇଥିବା ଜଷ୍ଟିସ ପଶାୟତ କହିଛନ୍ତି । ତେବେ ଆସନ୍ତା ଜୁନ ମାସ ଶେଷ ବେଳକୁ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି ।

Leave a Reply

Your email address will not be published. Required fields are marked *