Pratidin TV

Odisha's Digital News Platform

୩ ଦିନ ପୂର୍ବରୁ ହୋଇଥିଲେ ନିଖୋଜ….ଡ଼ିଡ଼ିଏ ପାର୍କରୁ ମିଳିଲା ମୃତ ଶରୀର

1 min read

ନୂଆଦିଲ୍ଲୀ: ଗତ ୩ ଦିନ ଧରି ଜଣେ ଯୁବକ ନିଖୋଜ ଥିଲେ | ପୋଲିସ ଖାଓଜ ଖୋଜି କରୁଥିଲା | ତେବେ ଦୁଃଖ ଖବର ହେଉଛି ଯେ, ଯୁବକଙ୍କ ମୃତଦେହ ଦିଲ୍ଲୀର ବୁଦ୍ଧ ବଜାର ନିକଟ ଡିଡିଏ ପାର୍କରେ ରହସ୍ୟମୟ ଅବସ୍ଥାରେ ମିଳିଥିଲା। ତାହା ସୋମବାର ଦିନ ପୋଲିସ ଏହାର ସୂଚନା ଦେଇଥିଲା |

ପୂର୍ଵସୂଚନାଆଧାରିତ, ଗତ ମାର୍ଚ୍ଚ ୯ ତାରିଖ ଦିନ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିଲେ | ଅଧିକାରୀଙ୍କ କହିବାନୁସାରେ ଉକ୍ତ ତାରିଖର ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବାବେଳେ ପୋଲିସ ପୀଡିତଙ୍କୁ ଡିଡିଏ ପାର୍କକୁ ଯାଉଥିବାର ଦେଖିଥିଲା। ଏହାକୁ ଭିତ୍ତି କରି ପାର୍କକୁ ଏକ ପୋଲିସ ଟିମ୍ ପଠାଯାଇଥିଲା ଏବଂ ଖୋଜାଖୋଜି କରୁଥିବା ବେଳେ ପୋଲିସ ମୃତକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ଉଦ୍ଧାର କରିବା ବେଳେ ମୃତକଙ୍କ ମୁହଁରେ କପଡା ଘୋଡା ହୋଇଥିଲା | ଏବଂ ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିନଥିଲା |

Advertisement

ଏହାକୁ ଭିତ୍ତି କରି ପାର୍କକୁ ଏକ ପୋଲିସ ଟିମ୍ ପଠାଯାଇଥିଲା ଏବଂ ଖୋଜାଖୋଜି କରୁଥିବା ବେଳେ ପୋଲିସ ମୃତକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏକ ଫୋରେନସିକ୍ ଟିମ୍ ମଧ୍ୟ ସେହି ସ୍ଥାନକୁ ଯାଇ ଯାଞ୍ଚ କରିଥିଲେ ଏବଂ ପରେ ଶବକୁ AIIMS କୁ ସ୍ଥାନାନ୍ତର କରାଯାଇଥିଲା | ପୋଲିସ ଏହବେ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *