Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଲାଗୁ କଲେ CAA , ଖୁସିରେ ମିଠା ବାଣ୍ଟିଲେ ସୀମା ହାଇଦର …

1 min read

ଦୀର୍ଘ ୫ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ବାସ୍ତବ ରୂପ ନେଇଛି । ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନ ସାର୍ବଜନୀନ କରାଯାଇଛି । ଏନେଇ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି । ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ର୍ନିଯାତନାର ସମ୍ମୁଖୀନ ହୋଇଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ ।ସିଏଏ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏହି ତିନୋଟି ଦେଶରୁ ନିର୍ଯାତିତ ଅଣ ମୁସଲମାନ ପ୍ରବାସୀ ଭାରତୀୟ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ)ମାନଙ୍କୁ ଭାରତୀୟ ନାଗରିକତ୍ୱ ଦେବା ଆରମ୍ଭ କରିବେ ।

ତେବେ ବର୍ତ୍ତମାନ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଦେଶରେ ସିଏଏ କାର୍ଯ୍ୟକାରୀ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସୀମା ହାଇଦର ଦେଶରେ ସିଏଏ ଲାଗୁହେବା ପରେ ବେଶ ଖୁସି ଅଛନ୍ତି । ଖୁସିରେ ଘରେ ଉତ୍ସବ ମନାଇଛନ୍ତି । ଏବଂ ସମସ୍ତଙ୍କୁ ମିଠା ବାଣ୍ଟିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏହି ନିୟମ ସୀମା ହାଇଦର ଲାଭ ପାଇବେ ନାହିଁ । କାରଣ ସେ ଜଣେ ମୁସଲମାନ ଏବଂ ୨୦୧୪ ପରେ ଭାରତ ଆସିଛନ୍ତି । ସିଏଏ ଆଇନ ଅନୁସାରେ ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଏବଂ ପାରସୀ, ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ଆସିଥିବା ବ୍ୟକ୍ତି କିମ୍ବା ପାଞ୍ଚ ବର୍ଷ ଏଠାରେ ରହି ସାରିଥିବା ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ନିୟମ ରହିଛି ।

Advertisement

Leave a Reply

Your email address will not be published. Required fields are marked *