Pratidin TV

Odisha's Digital News Platform

AI ଠକେଇର ନୂଆ ଫଣ୍ଡା ……ପୋଲିସ ହୋଇ ଝିଅ ସ୍ୱରରେ କହିଲେ ‘ମାମା ଦୟାକରି ମୋତେ ବଞ୍ଚାଅ’

1 min read

ବଢ଼ିବାରେ ଲାଗିଛି AI ର ଦୁର୍ବ୍ୟବହାର | ଠକେଇ କରିବାର ନୂଆ ରାସ୍ତା ଖୋଜିଛନ୍ତି ଠକ | ସ୍ୱର ବଦଳାଇ ଠକିବାର ରାସ୍ତା ଆଗରୁ କରୁଥିଲେ | ଏବେ ସାହାଯ୍ୟରେ ଠକେଇ କରିବାର ନୂଆ ସ୍କିମ ବାହାର କରିଛନ୍ତି | AI ଦ୍ୱାରା ନକଲି ସ୍ୱର ପ୍ରସ୍ତୁତ କରାଯାଇ ଜଣେ ମହିଳାଙ୍କୁ ଠକିବାକୁ ଚାହୁଁଥିଲେ ଦୁର୍ବୃତ୍ତ। ସେମାନେ ନକଲି କଲ୍‌ କରିଥିଲେ ହେଁ ଏହା ଶୁଣିଲେ ପୂରା ସତ ଲାଗୁ ଥିଲା। କିନ୍ତୁ ଏସବୁ AI ଜରିଆରେ କରାଯାଇଥିଲା |

ତେବେ ସୂଚନା ମୁତାବକ, କାବେରୀ ନାମକ ଜଣେ ମହିଳାଙ୍କୁ ପୋଲିସ ନାଁରେ ଫୋନ କରି ଠକିବାକୁ ଉଦ୍ୟମ କରାଯାଇଥିଲା। ତାଙ୍କ ଝିଅଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ ସେମାନେ କହିଥିଲେ। ଏନେଇ ବିଶ୍ୱାସ ସୃଷ୍ଟି କରିବା ପାଇଁ କାବେରୀଙ୍କୁ AI ଦ୍ୱାରା ଝିଅର ସ୍ୱର ମଧ୍ୟ ଦୁର୍ବୃତ୍ତମାନେ ଶୁଣାଇଥିଲେ।

Advertisement

କାବେରୀ କହିଥିଲେ ଯେ “ଠକମାନେ ବେଶ ଚମତ୍କାର ଢଙ୍ଗରେ ମୋ ଝିଅର ନାଁ ଓ ସ୍ୱରକୁ ଏଆଇ ଦ୍ୱାରା ତିଆରି କରିଥିଲେ। ସେ ସମସ୍ୟାରେ ପଡ଼ିଛି ଓ ନକଲି ପୁଲିସ୍‌ ନାଁରେ ସେମାନେ ଠକେଇ କରିବାକୁ ଚେଷ୍ଟା କରିଥିଲେ।

ଅଜଣା ନମ୍ବରରୁ ମୋ ପାଖକୁ କଲ ଆସିଥିଲା। ସାଧାଣତଃ ମୁଁ ଅଜଣା ନମ୍ବର ଉଠାଏ ନାହିଁ। କିନ୍ତୁ ଏହି କଲ ମୁଁ ଉଠାଇ ଦେଇଥିଲି। ଫୋନରେ ଥିବା ଜଣେ ଲୋକ ନିଜକୁ ପୁଲିସ୍‌ ବୋଲି କହିଥିଲା। ମୋ ଝିଅ ‘କେ’ କେଉଁଠି ବୋଲି ମୁଁ ଜାଣିଛି କି ନାହିଁ ବୋଲି ପ୍ରଶ୍ନ କରିଥିଲା।”

ନକଲି ପୁଲିସ୍‌ କାବେରୀଙ୍କୁ କହିଥିଲା ଯେ ଅନ୍ୟ ୩ ଜଣଙ୍କ ସହ ତାଙ୍କ ଝିଅ ଜଣେ ବିଧାୟକଙ୍କ ପୁଅର ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲେ । ଏହାକୁ ଦେଖାଇ ସେମାନେ ବିଧାୟକଙ୍କ ପୁଅକୁ ବ୍ଲାକମେଲ କରୁଥିଲେ। ଏଥିପାଇଁ ସେମାନଙ୍କୁ ଗିରଫ କରାଯାଇଛି। ଏକଥା ଶୁଣି କାବେରୀ ଏହା କୌଣସି ଠକର ଫୋନ ବୋଲି ଜାଣିପାରିଥିଲେ | ଏଥିସହ କଲ ରେକର୍ଡିଂ ବଟନ ଅନ କରି ଦେଇଥିଲେ। ବେଶ ଚାଲିକାର ସହ ସେ ନିଜ ଝିଅ ସହ କଥା ହେବାକୁ ଚାହୁଁଥିବା କହିଥିଲେ।

ମୋ ଭିତରେ ଭୟ ସୃଷ୍ଟି କରିବା ପାଇଁ ଗୋଟିଏ ରେକର୍ଡିଂ ମୋତେ ଶୁଣିବାକୁ କୁହାଯାଇଥିଲା। ମା’ ମୋତେ ବଞ୍ଚେଇ ଦିଅ, ମା ମୋତେ ବଞ୍ଚାଇ ଦିଅ ବୋଲି ଉକ୍ତ ଭୟସ ରେକର୍ଡିଂରେ ମୋତେ ଶୁଣିବାକୁ ମିଳିଥିଲା। ଉକ୍ତ ସ୍ୱରଟି ପୂରା ମୋ ଝିଅ ଭଳି ଥିଲା।

ଏହାପରେ ସେମାନେ ମୋତେ ଟଙ୍କା ମାଗିଥିଲେ ଓ ଝିଅ ନାଁରେ ଥିବା ସବୁ ମାମଲା ବନ୍ଦ କରିଦେବେ ବୋଲି କହିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୋତେ ମୋ ଝିଅ ସହ କଥା ହେବାକୁ ଦିଅ। ଫୋନ କରିଥିବା ବ୍ୟକ୍ତି ରାଗି ଯାଇଥିଲା। ସେ ମୋତେ କହିଥିଲା ଯେ ଆମେ ତା’ହେଲେ ତୁମ ଝିଅକୁ ଜେଲ ନେଇ ଯାଉଛୁ। ମୁଁ ତାଙ୍କୁ କହିଥିଲି ଯେ ନେଇ ଯାଅ। ମୁଁ ହସିବାକୁ ଲାଗିଥିଲି। ସେ ରାଗରେ ଫୋନ କାଟି ଦେଇଥିଲା।”

କାବେରୀଙ୍କ କହିବା କଥା ଯେ AI ଦ୍ୱାରା ତାଙ୍କ ଝିଅର ଭୟସ ତିଆରି କରାଯାଇ ଏପରି ଠକେଇ ପାଇଁ ଉଦ୍ୟମ ହୋଇଥିଲା। କାବେରୀଙ୍କ ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *