Pratidin TV

Odisha's Digital News Platform

ନାଟୋକୁ ଜେଲେନସ୍କିଙ୍କ ଚେତାବନୀ, ୟୁକ୍ରେନର ଆକାଶକୁ ନୋ ଫ୍ଲାଏ ଜୋନ୍ କରନ୍ତୁ ଘୋଷଣା

1 min read

A Ukraine International Airlines Boeing 737-800 sits on the runway at Munich airport in 2016. The plane is similar to the one that crashed in Iran shortly after takeoff on Wednesday.

କିଭ୍‌: ତୁଟୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଆଜି ୧୯ ଦିନରେ ବି ଯୁଦ୍ଧ ଜାରି ରହିଛି । ଗତକାଲି ବିଳମ୍ବିତ ରାତିରେ ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଭିଡିଓ ବାର୍ତ୍ତାରେ ସେ ପୁଣି ଥରେ ନାଟୋ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ଆପଣ ୟୁକ୍ରେନର ଆକାଶକୁ ନୋ ଫ୍ଲାଏ ଜୋନ୍ ବୋଲି ଘୋଷଣା ନକରନ୍ତି, ତେବେ ଖୁବ୍ ଶୀଘ୍ର ନାଟୋ ସ୍ଥଳରେ ରୁଷର ରକେଟ୍ ମଧ୍ୟ ପଡ଼ିବ । ଅନ୍ୟପଟେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ 19 ଦିନ ଧରି ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷ ଚୀନ୍ ଠାରୁ ସାମରିକ ଏବଂ ଆର୍ଥିକ ସହାୟତା ଲୋଡିଛି ।

ଆମେରିକା ଦ୍ୱାରା ଚୀନ୍ ସିଧାସଳଖ ଧମକ ଦେଇଥିବା ବେଳେ ରୁଷରୁ ଏହି ସହାୟତା ଲୋଡିଛି । ବାସ୍ତବରେ ଆମେରିକା ରବିବାର ଦିନ ଚୀନ୍‌କୁ ଚେତାବନୀ ଦେଇଛି । କୁହାଯାଇଛି ଯଦି ଅର୍ଥନୈତିକ ପ୍ରତିବନ୍ଧକ ସାମ୍ନା କରୁଥିବା ରୁଷକୁ ସାହାଯ୍ୟ କରିବାକୁ ଚୀନ୍ ଆଗକୁ ଆସେ, ତେବେ ଏହାର ଖରାପ ପରିଣାମ ମଧ୍ୟ ସାମ୍ନା କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *